ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା, ଘର ପାଇଁ ୧ ଲକ୍ଷ ୨୦ ହଜାର ଦେବେ ସରକାର

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା । କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହି ଯୋଜନାରେ ୫୦ ହଜାର ଲୋକ ଯୋଡିହେବେ । ଗରିବ, ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ବ୍ୟକ୍ତିଙ୍କ ସହ ସହିଦ ପରିବାର, ପଦ୍ମଶ୍ରୀ ପରିବାର, ଅଗ୍ନି ବିପନ୍ନ ଆଦି ଲୋକ ସାମିଲ ହେବେ । ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ ।  ଧାର୍ଯ୍ୟ ସମୟରେ ଘର କାମ ସାରିଲେ ଅତିରିକ୍ତ ୨୦ ହଜାର ଟଙ୍କା ଦେବେ ସରକାର । ଏଥିପାଇଁ ଅନଲାଇନ ଆବେଦନ ଖୋଲିବ  ।  ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ ।

ବଜେଟରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭ ହଜାର ୭୫୦ କୋଟି ବ୍ୟୟ ବରାଦ କରାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇଦେବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା କରାଯାଇଛି । ଆସନ୍ତା ୩ ବର୍ଷରେଅତି କମରେ ୨ଲକ୍ଷ ୨୫ ହଜାର ନୂତନ ଘର ମଞ୍ଜୁର କରାଯିବ । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ଲକ୍ଷ୍ୟ ରହିଛି । ଚଳିତ ବଜେଟରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟବରାଦ ହୋଇଛି ।

ଜାଣନ୍ତୁ କେଉଁ ହିତାଧିକାରୀ ଏଥିପାଇଁ ଯୋଗ୍ୟା ହେବେ:

୧-କଚ୍ଚାଘର ଥିଲେ
୨-ଜଙ୍ଗଲ ଜମିରେ ରହୁଥିଲେ, ଫରେଷ୍ଟ ରାଇଟ୍ସ ଆକ୍ଟ ୨୦୦୫ ଅଧିନରେ ଆସୁଥିଲେ
୩-ଯଦି ୪୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବେ
୪-ନିମ୍ନ ଆୟ ବର୍ଗର ହୋଇଥିବେ ଏବଂ ପିଏମ୍ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବେ
୫-ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବନ୍ୟଜନ୍ତୁଙ୍କ ଦ୍ବାରା ଘର ଭାଙ୍ଗିଥିଲେ
୬-ସରକାରୀ ପ୍ରକଳ୍ପ ପାଇଁ ବାସଚ୍ୟୁତ ହେଉଥିଲେ ମିଳିବ ଘର

ମାସିକ ୧୫ ହଜାରରୁ ଅଧିକ ଟଙ୍କା ଆୟ ଥିଲେ, କିମ୍ବା ୨.୫ ଏକର ଜଳ ସେଚିତ ଏବଂ ୫ ଏକର ଅଣ ଜଳସେଚିତ ଜମି ଥିଲେ ଅନ୍ତୋଦୟ ଗୃହ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ ।

 

ଆହୁରି ପଢ଼ନ୍ତୁ : ଜଗତସିଂହପୁରରେ ହେବ ମେଡିକାଲ କଲେଜ, ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା