ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କଲେ ଅନୁଭବ, କାଲି ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଜେଏମ

କଟକ(କେନ୍ୟୁଜ୍): କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି। କ୍ୟାସ ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଟଙ୍କା ଜମା କରିଥିବା ନେଇ ଅବଗତ କରାଇଛନ୍ତି। ବ୍ୟାଙ୍କ ଜମାର ରସିଦ ଫଟୋ କପି ସହ ଏସଡ଼ିଜେଏମ କୋର୍ଟରେ ପହଁଚି ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଜେଏମ କୋର୍ଟ। ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଧେଶ ଦେଇଥିଲେ କୋର୍ଟ। ବର୍ଷାଙ୍କ ରହଣି ପାଇଁ ଏହି ୩୦ ହଜାର ଟଙ୍କା ଜମା କରିବାକୁ ଅନୁଭବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଲଗାତର ଦୁଇ ମାସ ଧରି ଜମା କରିବା ପରେ ବର୍ଷା ପ୍ରିୟଦର୍ଶିନୀ ଅନ୍ୟତ୍ର ଘର ଦେଖି ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

anubhab2

ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଥିବାରୁ ସେ ନିଜ ଘରେ ରହିବା ଆବଶ୍ୟକ ବୋଲି ଦର୍ଶାଇଥିଲେ ଅନୁଭବ ମହାନ୍ତି। ତେଣୁ ବର୍ଷା ଅନୁଭବଙ୍କ ପୈତୃକ ଘରେ ନରହିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ଏଥିପାଇଁ ସେ ତାଙ୍କର ଘରଭଡା ଦେବେ ବୋଲି କୋର୍ଟଙ୍କୁ ଜଣାଇଥିଲେ। ତେବେ ଦୁଇ ମାସ ଧରି ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ କୋର୍ଟଙ୍କ ଏହି ନିର୍ଦ୍ଦେଶ ବର୍ଷା ପ୍ରିୟଦର୍ଶିନୀ ମାନିନେବେ ନା ଜିଲା ଦୌରାଜଜ୍ ଙ୍କ ଦ୍ୱାରସ୍ଥ ହେବେ ସେ ନେଇ ବର୍ଷା ପ୍ରିୟଦର୍ଶିନୀ କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

Leave A Reply

Your email address will not be published.