ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ସାକ୍ଷୀ ତାଲିକା ଦସ୍ତାବିଜ ଦେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ (କେନ୍ୟୁଜ): ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗତ ୨୭ ତାରିଖରେ ପରିବାର ଅଦାଲତ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ଗତ ୨୭ ତାରିଖର କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ହାଜର ହୋଇଥିଲେ ଅନୁଭବ ଓ ବର୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.