ରାଜ୍ୟ

ଅନୁଭବ-ବର୍ଷା ପାରିବାରିକ ମାମଲା, ବିବାହ ବିଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍‌): ବୈବାହିକ ସମ୍ପର୍କ ନ ରଖିବା ଏବଂ ପତ୍ନୀ ପତିଙ୍କ ସହିତ ଶାରୀରିକ ସମ୍ପର୍କ ପାଇଁ ମନା କରିବା ଏକ ପ୍ରକାର ମାନସିକ ନିଷ୍ଠୁରତା। ଏଭଳି କଲେ ହୋଇ ପାରିବ ବିବାହ ବିଚ୍ଛେଦ। କ୍ରୁଏଲିଟି ବା ନିଷ୍ଠୁରତା ବିବାହ ବିଚ୍ଛେଦର ଏକ ଗ୍ରାଉଣ୍ଡ ହୋଇଥିବା ବେଳେ ଏହାକୁ ଆଧାର କରି ସୁପରଷ୍ଟାର ଅନୁଭବ ମହାନ୍ତି ଓ ଆଗଧାଡ଼ିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ବିବାହ ବିଚ୍ଛେଦ ପାଇଁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ହୃଦବୋଧ କରିଛନ୍ତି, କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ସ୍ୱାମୀଙ୍କ ସହିତ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ନ ରଖିବା ହେଉଛି ମାନସିକ ନିଷ୍ଠୁରତା। କୌଣସି କାରଣ ନ ଥାଇ ଦୀର୍ଘ ଦିନ ଧରି ପତ୍ନୀ ଏକପାଖିଆ ନିଷ୍ପତ୍ତି ନେଇ ଶାରୀରିକ ସମ୍ପର୍କ ଅନୁମତି ନ ଦେବା ଗ୍ରହଣୀୟ ନୁହେଁ।

ଏହି ମାମଲାରେ ଆବେଦନକାରୀ ସ୍ୱାମୀ ଅନୁଭବ ମହାନ୍ତି କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟକୁ ଅପିଲରେ ଯାଇଥିଲେ। ବୈବାହିକ ସମ୍ପର୍କ ସ୍ଥାପନ ହୋଇ ନ ପାରିବା ଏବଂ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାନସିକ ନିଷ୍ଠୁରତା ଏବଂ ଏହି ଗ୍ରାଉଣ୍ଡରେ ବିବାହ ବିଚ୍ଛେଦ ପାଇଁ ଅନୁମତି ମାଗିଥିଲେ ଅନୁଭବ ମହାନ୍ତି। ପରିବାର ଅଦାଲତରେ ଦାଖଲ ହୋଇଥିବା ତଥ୍ୟପ୍ରମାଣ ଓ ହ୍ଵାଟ୍ସଆପ ମେସେଜ ପ୍ରମାଣିତ କରୁଛି ଯେ ଅନୁଭବ ମହାନ୍ତି ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ୟାକୁଳ ଥିଲେ।

ପରିବାର ଅଦାଲତରେ ଜେରା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱୀକାର କରିଥିଲେ ଯେ, ସେ ଫରଟିଲିଟି ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ କାରଣ ସେ ସ୍ୱାମୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ପ୍ରଦାନ କରି ନାହାନ୍ତି। କ୍ରସ ଏକ୍ସଜାମିନେସନ ସମୟରେ ଏହା ଟାଇପ ଜନିତ ତ୍ରୁଟି ଏବଂ ବର୍ଷା ଶାରୀରିକ ସମ୍ପର୍କ ରଖିବା ପାଇଁ କେବେ ମନା କରି ନାହାନ୍ତି ବୋଲି ବର୍ଷାଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ରଖିଥିଲେ ମଧ୍ୟ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

Niharanjan

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

50 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago