ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ଖାରଜ କଲେ କଟକ ଫାମିଲି କୋର୍ଟ

କଟକ(କେନ୍ୟୁଜ୍‌ ) : ବହୁ ଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ମାମଲା ନେଇଛି ନୂଆ ମୋଡ଼ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରିଛନ୍ତି କଟକ ଫାମିଲି କୋର୍ଟ ।

ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିବା ପାଇଁ ବର୍ଷାଙ୍କ ପକ୍ଷରୁ କଟକ ଫ୍ୟାମିଲି କୋର୍ଟରେ ପିଟିସନ ଦାୟର ହୋଇଥିଲା । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ବିବାହ ବିଛେଦ ମାମଲାରେ କିଛି ତ୍ରୁଟି ଥିବା ଆବେଦନକାରୀ ବର୍ଷା ପ୍ରିୟଦର୍ଶିନୀ ଏହି ପିଟିସନରେ ଦର୍ଶାଇଥିଲେ । ଏଭଳି ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିବା ପାଇଁ ସେ ପିଟିସନ ଦାୟର କରିଥିଲେ ।

ତେବେ ପରିବାର ଅଦାଲତ ଏହାକୁ ଗ୍ରହଣ କରି ନଥିଲେ । ଏପଟେ କନସିଲେସନ ସେଣ୍ଟରରେ ଆପୋଷ ସମାଧାନ ଉଦ୍ୟମ ବ୍ୟର୍ଥ ହୋଇଛି । ମାମଲାରେ ଆପୋଷ ସମାଧାନ ସମ୍ଭବ ନୁହେଁ ବୋଲି କନସିଲେଟର ପରିବାର ଅଦାଲତଙ୍କୁ ଜଣାଇ ଦେଇଛନ୍ତି । ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ବିବାହ ବିଚ୍ଛେଦ ମାମଲାର ପରବର୍ତ୍ତି ଶୁଣାଣୀ କଟକ ପରିବାର ଅଦାଲତରେ ସେପଟେମ୍ବର ୧୪ ତାରିଖରେ ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.