ରାଜ୍ୟ

କରୋନା ମୁକାବିଲା ପାଇଁ କୋଭିଡ ଫଣ୍ଡକୁ ୫ ଲକ୍ଷ ଦେଲେ ଡାକ୍ତର ଉମେଶ ଚନ୍ଦ୍ର ଦାଶ

ଅନୁଗୋଳ(କେ ନ୍ୟୁଜ):  ଡାକ୍ତର ଉମେଶ ଚନ୍ଦ୍ର ଦାଶ(୭୭) ଜଣେ ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ତାଙ୍କର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ରହିଛି । କରୋନା ଭଳି ଏକ ବିପତ୍ତି ସମୟରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି ଆଗଧାଡ଼ିର ଯୋଦ୍ଧା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସାରା ଦେଶ କରୋନା ବିରୁଦ୍ଧରେ ଦୁର୍ବାର ଲଢ଼େଇ କରୁଥିବା ବେଳେ ଡାକ୍ତର ଶ୍ରୀ ଦାଶ ସରକାରଙ୍କ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି।

କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଚିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି । ଡାକ୍ତର ଶ୍ରୀ ଦାଶ ଅନୁଗୁଳ ସହରର ଅମଲାପଡ଼ା ତୃତୀୟ ଲେନ୍‌ରେ ରହୁଛନ୍ତି।

KNews Bureau

Recent Posts

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

5 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

17 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

56 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

1 hour ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

1 hour ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

2 hours ago