ଅନୁଗୁଳ : ସୁଶବନାଳୀ ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ । ହତ୍ୟା କରିଥିବା ଅଭିଯୋଗରେ ଯାଆ ଓ ପୁତୁରା ଗିରଫ । ଗତ ମଙ୍ଗଳବାର ଦିନ ଜାନକୀ ମୁଣ୍ଡାଙ୍କ ମୃତଦେହ ଘରପାଖ କେନ୍ଦୁପତ୍ର ଫଡ଼ିରୁ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜାନକୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ପୂର୍ବରୁ ଜାନକୀଙ୍କ ସହ ଯାଆ ଜେମା ମୁଣ୍ଡା ଓ ତାଙ୍କ ପୁଅ ଦୁର୍ଲ୍ଲଭଙ୍କର ଶତ୍ରୁତା ଥିଲା । ଗତ ସୋମବାର ଜାନକୀ ଯାଆ ଜେମାଙ୍କ ସହ କୌଣସି କାମରେ ନିକଟସ୍ଥ ଚକ୍ରସାହିକୁ ଯାଇଥିଲେ । ଦୁଇ ଯାଆ ରାସ୍ତାରେ ଫେରିବା ବେଳେ ଜେମା ଦୁର୍ଲଭ ମିଶି ଟାଙ୍ଗିଆରେ ଜାନକୀଙ୍କୁ ଆକ୍ରମଣ କରିଥିଲେ । ମୃତଦେହକୁ ପତ୍ର ଫଡ଼ି ନିକଟ ଏକ ବୁଦାରେ ଲୁଚାଇ ଦେଇଥିଲେ । ପୋଲିସ ତଦନ୍ତ ପରେ ବ୍ୟବହୃତ ଟାଙ୍ଗିଆ କୁ ଦୁର୍ଲ୍ଲଭଙ୍କ ଘରୁ ଜବତ କରିବା ପରେ ଅଭିଯୁକ୍ତ ମାଆ ଓ ପୂଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆହୁରି ପଢ଼ନ୍ତୁ : ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ, ମାମଲାର ତଦନ୍ତ କରି ୩ ଅଭିଯୁକ୍ତ ଗିରଫ