ରାୟଗଡ଼ ଡବଲମର୍ଡର ମାମଲାରେ ଆଜି ସରିବ ଅନୁପ ସାଏଙ୍କ ରିମାଣ୍ଡ ଅବଧି, ବିଭିନ୍ନ ତଥ୍ୟ ହାସଲ କରିଛି ଛତିଶଗଡ଼ ପୋଲିସ୍

ରାୟଗଡ଼ : ରାୟଗଡ଼ ଡବଲମର୍ଡର ମାମଲାରେ ଆଜି ସରିବ ଅନୁପ ସାଏଙ୍କ ରିମାଣ୍ଡ ଅବଧି । ତିନିଦିନିଆ ରିମାଣ୍ଡରେ ମାରାଥନ ଜେରା କରି ମର୍ଡର ସଂପର୍କରେ ବିଭିନ୍ନ ତଥ୍ୟ ହାସଲ କରିଛି ଛତିଶଗଡ଼ ପୋଲିସ । ସେପଟେ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ଆବେଦନ ଉପରେ ଆଜି ଶୁଣାଣି କରିବେ ରାୟଗଡ଼ ଜିଲ୍ଲା ଜଜ୍‌ କୋର୍ଟ । ଅନୁପଙ୍କ ହୃଦରୋଗ ଥିବା ବେଳେ ନାର୍କୋ ଟେଷ୍ଟ କରାଗଲେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଓକିଲ ବିଜୟ ସରାଫ କୋର୍ଟରେ ଦର୍ଶାଇଛନ୍ତି ।

ତେଣୁ ଆଜିର କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିବ । ସେପଟେ ମାଆ କଳ୍ପନା ଓ ଝିଅ ବବ୍‌ଲୀଙ୍କୁ ହତ୍ୟାରେ ଆଉ କେଉଁମାନେ ସଂପୃକ୍ତ ? ହତ୍ୟାରେ ବ୍ୟବହୃତ ଲୁହା ରଡ କେଉଁଠି ଅଛି ? ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ହତ୍ୟା କରାଯାଇଥିଲା ନା ଆଉ କେଉଁଠି ହତ୍ୟା ପରେ ଆଣି ସେଠାରେ ଫିଙ୍ଗି ଦିଆଯାଇଥିଲା ? ଏଥିରେ ବ୍ୟବହୃତ ବୋଲେରୋ ଓ ଇନୋଭା ଏବେ କେଉଁଠ ? ଏଭିତରେ ଅନୁପଙ୍କ ଘରୁ ଏବେ ଇନୋଭା ଗାଡ଼ି ଜବତ କରିଛି ପୋଲିସ ।