ସୋରରେ ମସ୍ତିଷ୍କ ଜର ଆତଙ୍କ, ୫ ଏନଶେଫାଲାଇଟିସ୍ ଛାତ୍ରୀଙ୍କୁ ବାଲେଶ୍ବର ସ୍ଥାନାନ୍ତର
୫ ଛାତ୍ରୀଙ୍କୁ ସୋର ଡ଼ାକ୍ତରଖାନରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯିବା ପରେ ସର୍ବ ମୋଟ ୨୮ ଗୁରୁତର ଛାତ୍ରୀଙ୍କ ମଧ୍ୟରୁ ୫ ଜପାନିଯି ଏନଶେଫାଲାଇଟିସ ଆକ୍ରାନ୍ତ ସମେତ ୧୭ ଛାତ୍ରୀ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି
ସୋର( କେନ୍ୟୁଜ): ପୁଣି ମସ୍ତିଷ୍କ ଜର ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଛାତ୍ରୀଙ୍କୁ ସୋରରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ସୋର ଗାନ୍ଧି ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଗତ ପାଞ୍ଚଦିନ ତଳେ ଜଣେ ନୀଳଗିରି ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ ବାନ୍ତି ଯୋଗୁ ମୃତ୍ୟୁ ବରଣ କରିଥିବା ବେଳେ ୨୮ ଛାତ୍ରୀ ଜର, କାଶ ଓ ମୁଣ୍ଡବିନ୍ଧା ଯୋଗୁ ସୋରୋ ଡାକ୍ତଖାନlରେ ଭର୍ତ୍ତି ହୋଇଥିଲେ। ଜିଲ୍ଲା ପ୍ରଶାସନ କନ୍ୟାଶ୍ରମ ଓ ଡାକ୍ତରଖlନାରେ ଚିକିତ୍ସା ହେଉଥିବା ୨୮ଛାତ୍ରୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ କଟକ ପଠାଯାଇଥିଲା ।
ରବିବାର ସେଥିରୁ ୫ ଛାତ୍ରୀଙ୍କ ଜପାନିଯି ଏନଶେଫାଲାଇଟିସ ପଜିଟିଭ ଆସିବା ପରେ ପ୍ରଶାସନ ତରଫରୁ ସଜାଗ ହୋଇ କନ୍ୟାଶ୍ରମ ପରିସର ଥିବା ପରିମଳ ବ୍ୟବସ୍ଥା ସଜାଡି ଥିଲେ।ଦୁଇ ଦିନ ତଳେ ଜିଲ୍ଲାପାଳ ଦତ୍ତ ତ୍ରୟ ଭାଉ ସାହେବ ସିନ୍ଧେ, ସୋର ବିଧାୟକ, ମୁନିସିପlଲିଟ ଅଧ୍ୟକ୍ଷ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ କନ୍ୟାଶ୍ରମ ପରିସରକୁ ତୁରନ୍ତ ସ୍ୱଚ୍ଛତା କରିଥଲେ। ସୋମବାର ରାତି ୧୧ ଟାରେ ସୋର ଡାକ୍ତରଖାନରେ ଚିକିତ୍ସିତ ଛାତ୍ରୀଙ୍କ ମଧ୍ୟରୁ ଚାରି ଛାତ୍ରୀ ଗୁରୁତର ହୋଇ ପଡ଼ିବାରୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।
ପୁଣି ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ୫ ଛାତ୍ରୀଙ୍କୁ ସୋର ଡ଼ାକ୍ତରଖାନରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯିବା ପରେ ସର୍ବ ମୋଟ ୨୮ ଗୁରୁତର ଛାତ୍ରୀଙ୍କ ମଧ୍ୟରୁ ୫ ଜପାନିଯି ଏନଶେଫାଲାଇଟିସ ଆକ୍ରାନ୍ତ ସମେତ ୧୭ ଛାତ୍ରୀ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲା ମୂଖ୍ୟ ଚିିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଗତକାଲି ସିଡିଏମଓ ଦୁଲାଲ ସେନ ଜଗଦେବ କନ୍ୟାଶ୍ରମ ଓ ସୋର ଡ଼ାକ୍ତରଖାନl ପରିଦର୍ଶନ କରି ଫେରି ଯାଇଥିଲେ।