ଏବେ କେଉଁଠି ରହୁଛନ୍ତି ବାବୁସାନ-ପ୍ରକୃତି ? କେବେ ଫେରିବେ ଓଡ଼ିଶା ?, ସନ୍ଦେହରେ ପରିବାର ଲୋକ

କେନ୍ୟୁଜ୍(ବ୍ୟୁରୋ): ଫେରିଆସ ବାବୁସାନ । ସ୍ତ୍ରୀ ଓ ପୁଅ ପାଖକୁ ଫେରିଆସ । ପୁଅ ବାବୁସାନଙ୍କୁ ମାଆ ଅପରାଜିତାଙ୍କ ଏହି ଅପିଲ୍‌ । ବାବୁସାନଙ୍କୁ ନେଇ ବିବାଦ ଓ ପାରିବାରିକ ଅଶାନ୍ତି କଥା ପଦାକୁ ଆସିବା ପରେ ଆଜି ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ମିଡିଆ ଆଗରେ ବଖାଣିଛନ୍ତି ଗତ ଦେଢ଼ ବର୍ଷ ଭିତରେ କଣ ଘଟଣା ଘଟିଛି । ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ବାବୁସାନ୍‌ ଖରାପ ସାଙ୍ଗଙ୍କ ସମ୍ପର୍କରେ ଆସିଯାଇଛନ୍ତି । ଘରଠୁ ଦୂରେଇ ରହିଥିଲେ । ପୁଅର ଚରିତ୍ର ବଦଳି ଯାଇଛି । ଡିପ୍ରେସନରେ ରହୁଛନ୍ତି ବାବୁସାନ । ଗତ ଦେଢ଼ ବର୍ଷ ହେବ କେଉଁ ସଙ୍ଗତରେ ପଡ଼ିଲା ? ତାର କ’ଣ ହେଲା ଜାଣି ପାରିଲେନି । କଲ୍‌ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । ଏଥିସବ ଅପରାଜିତା କହିଛନ୍ତି, ଯିଏ ପ୍ରକୃତ ବନ୍ଧୁ ହୋଇଥିବ ସେ ଅନିଷ୍ଟ କରିବନି । ସ୍ୱାର୍ଥ ଥିଲେ ଅନିଷ୍ଟ ଚିନ୍ତା କରିବ ।

ଗତକାଲିର ହାଇଡ୍ରାମା ପରେ ମୁହଁ ଖୋଲିଛନ୍ତି ବାବୁସାନ । ଚେନ୍ନାଇରୁ ସୋସିଆଲ୍‌ ମିଡିଆରେ ଭିଡିଓ ସେୟାର କରିଛନ୍ତି । ବାବୁସାନ କହିଛନ୍ତି, ଏଣିକି ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ । ଏମିତିକି ଦରକାର ପଡ଼ିଲେ କୌଣସି ନାୟିକାଙ୍କ ସହ ବି କାମ କରିବେ ନାହିଁ । ପ୍ରଶ୍ନ ଉଠୁଛି, ପ୍ରକୃତି ଓ ବାବୁସାନ ଏବେ କେଉଁଠି ? ଚେନ୍ନାଇରେ ଅଛନ୍ତି ନା ଆଉ କୁଆଡ଼େ ଯାଇଛନ୍ତି ? ଚେନ୍ନାଇରେ ଏକାଠି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏବେ କେଉଁଠି ରହୁଛନ୍ତି ବାବୁସାନ-ପ୍ରକୃତି ? କେବେ ଫେରିବେ ଓଡ଼ିଶା ?

babu2

ସିନେ ଷ୍ଟାରଙ୍କ ଘରୋଇ କଳିକୁ ନେଇ ଖାରବେଳନଗର ଥାନାରେ ଦୁଇଟି ମାମଲା ହୋଇଛି । ପ୍ରକୃତିଙ୍କ ପରିବାର ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଖୋଳତାଡ କରୁଛି ପୋଲିସ । ଏପର୍ଯ୍ୟନ୍ତ ୭ ଜଣଙ୍କ ବୟାନ ରେକର୍ଡ ହୋଇଛି । ତୃପ୍ତିଙ୍କ ଘରକୁ ଯିବ ମହିଳା ପୋଲିସ ଟିମ୍‌ । ଫୋନରେ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କୁ ଯୋଗାଯୋଗ କରିଛି ପୋଲିସ । ସେମାନେ ରାଜ୍ୟ ବାହାରୁ ଫେରିଲେ ସେମାନଙ୍କ ବୟାନ ରେକର୍ଡ କରାଯିବ । ଆଜି ଘଟଣାସ୍ଥଳକୁ ପୁଣିଥରେ ଖୋଳତାଡ କରିଛି ଖାରବେଳନଗର ଥାନା ପୋଲିସ । ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ନୋଟିସ୍‌ ଦେଇ ଛାଡିଛି ।

ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି । ସେହିଭଳି ପ୍ରକୃତିଙ୍କ ମା’ କୃଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗରେ ତୃପ୍ତି ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବାଟରେ ଅଟକାଇ ମାଡ଼ ମାରିବା, ସର୍ବସାଧାରଣରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଶାରୀରିକ ନିର୍ଯାତନା, ଏକତ୍ରିତ ହୋଇ ଅପରାଧ କରିବା ଓ ଧମକ ଦେବା ଭଳି ଦଫା ଲାଗିଛି । ଆଗକୁ ଷ୍ଟାର ବିବାଦ କି ମୋଡ଼ ନେବା ତାଉପରେ ଏବେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.