ମୋଦିଙ୍କ ମିଟିଂରେ ମ୍ୟାଡାମଙ୍କୁ ମିଳିଲା ନାହିଁ ସିଟ୍ !

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିଲେ। ସ୍ୱାଗତ କଲେ ବିଜେପି ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ଯାଏଁ । ଧାଡ଼ି ବାନ୍ଧି ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ କିଛି ବିଜେପି ନେତା । ବହୁ ବରିଷ୍ଠ ନେତା ଅନୁପସ୍ଥିତ ଥିବା ବେଳେ ଦେଖାମିଳିନଥିଲା ମାଡାମ ଅପରାଜିତାଙ୍କର। ରାଜ୍ୟର ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ଦୀର୍ଘବର୍ଷ ଧରି ବିଜେପି ଅଫିସରେ କାମ କରୁଥିବା ଅଫିସ ବିୟରରଙ୍କ ସହ ମନଖୋଲି କଥା ହେଲେ ମୋଦି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବେଶି କଥା ବି ହେଲେନି ।

Modi Naveenଏବେ ନଜର ପକାନ୍ତୁ ଆଉ ଏକ ଫଟୋ ଉପରେ। ଇଏ ହେଉଛି ଅରୁଗୁଳ ଆଇଆଇଟି ପରିସରରେ ହେଉଥିବା ସଭା ମଂଚ। ଯେଉଁଠି ମୋଦି ଖୋଲିଲେ ବିକାଶର ବାସ୍କେଟ । ଆଉ ମନଖୋଲି ବେଶ ଅନ୍ତରଙ୍ଗ ଆଳାପ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ।

ଏବେ ନଜର ପକାଇବା ଆଉ ଏକ ଫଟୋ ଉପରେ। ଇଏ ଥିଲା ଗୋଶାଳା ପଡିଆରେ ବିଜେପିର ଦଳୀୟ କାର‌୍ୟ୍ୟକ୍ରମ। ଏଠି ସଭାମଂଚରେ ବହୁ ରାଜ୍ୟ ନେତା ବସିଥିବା ବେଳେ ମଂଚରେ ଖଣ୍ଡେ ଚେୟାର ମିଳିନଥିଲା ମାଡାମ ଅପରାଜିତା ଷଡଙ୍ଗୀଙ୍କୁ। ଓଡିଶା ବିଜେପିର ଚେହେରା ବୋଲି କୁହାଯାଉଥିବା ଅପରାଜିତାଙ୍କୁ ଶେଷରେ ମଂଚ ଉପରକୁ ଚଢିଲେ ସାଧାରଣ କର୍ମୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଫଉଲମାଳ ଦେବା ପାଇଁ। ପୁଣି ତାହାପରେ ଓହ୍ଲାଇଗଲେ ମଂଚ ତଳକୁ। ଏପରିକି ପ୍ରଧାନମନ୍ତ୍ରୀ ପଦୁଟିଏ କଥା ହେବାର ଦେଖିବାକୁ ମିଳିଲା ନାହିଁ ।

ଶେଷରେ କର୍ମୀମାନେ ଭାରି ଗରମ ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ଗାଳି ଦେବେ ବୋଲି। ମାତ୍ର କର୍ମୀଙ୍କ ଇଚ୍ଛା ପୂର୍ଣ କଲେନି ପ୍ରଧାନମନ୍ତ୍ରୀ । ଏହି ସଭାରୁ ସ୍ପଷ୍ଟ ବାରି ହୋଇପଡୁଥିଲା କର୍ମୀ ଗରମ, ନେତା ନରମ।