ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି, ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ

କଟକ : କଟକରେ ବଡ ଅଘଟଣ ।  ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି ।  ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ ଓ  ୬ ଆହତ  । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା ।  ତଳେ ଥିବା ଆଜବେଷ୍ଟେସ ଛାତ ଉପରେ ପଡ଼ିଲା ବାଲକୋନିର ସିମେଣ୍ଟ ଖଣ୍ଡ ।

ଆଜବେଷ୍ଟସ ଘର ଭାଙ୍ଗି ଛାରଖାର ହୋଇଥିବା ବେଳେ ଆଜବେଷ୍ଟସ ଘର ଭିତରେ ଥିବା ଚାରି ଜଣ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ୩ ଜଣଙ୍କର ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟ ଜଣେ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବାଲକୋନି ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ବାଲକୋନୀ ଭୁଶୁଡ଼ି ମୃତ୍ୟୁ ଘଟଣାରେ କଟକ ଏସସିବିରେ ମୃତାହତଙ୍କ ପରିବାରକୁ ଭେଟିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେପଟେ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି ସିଏମସି କମିସନର କଳ୍ପତରୁ ବେହେରା ।  ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।.