ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ବ୍ଲକ୍‌ ଆଡିସିନାଲ ପ୍ରୋଗ୍ରାମ୍‌ ଅଫିସର

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ APO । ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଆଡିସିନାଲ ପ୍ରୋଗ୍ରାମ୍‌ ଅଫିସର ସୁଶାନ୍ତ କୁମାର ଦାସ । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ଜଣେ ଗ୍ରାମ ସାଥୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ମନରେଗା କାମର ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ। ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ରେ ଏ ନେଇ ମାମଲା ରୁଜୁ କରାଯାଇଛି। ସୁଶାନ୍ତ ଦାସଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.