ଗାଁ  ସାଥୀଙ୍କଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପ୍ରୋଗ୍ରାମ୍‌ ଅଫିସର, ଆୟ ବର୍ହିଭୁତ ସମ୍ପତ୍ତିର ଚାଲିଛି ଯାଞ୍ଚ

ବଲାଙ୍ଗିର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ APO । ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଆଡିସିନାଲ ପ୍ରୋଗ୍ରାମ୍‌ ଅଫିସର ସୁଶାନ୍ତ କୁମାର ଦାସ । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଣେ ଗ୍ରାମ ସାଥୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ମନରେଗା କାମର ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ। ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ରେ ମାମଲା ରୁଜୁ କରାଯାଇଛି। ସୁଶାନ୍ତ ଦାସଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।

ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରହିଛି। ଏକକାଳୀନ ତାଙ୍କ ପୈତୃକ ଘର ବଙ୍ଗୋମୁଣ୍ଡା ବ୍ଲକ ଅର୍ସୁଲା ଗାଁ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି। ଅର୍ସୁଲା ଗାଁରେ ଥିବା ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ବରଗଡ଼ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.