ସବୁ ସେଓ ବୋହିନେଲେ, ନାଳ ନର୍ଦ୍ଦମା କିଛି ମାନିଲେନି ଯେଉଁଠୁ ପାରିଲେ ସେଉଠୁ ଉଠାଇଲେ

ଭଦ୍ରକ : ବ୍ରିଜୱାଲକୁ ଧକ୍କା ଧକ୍କା ଦେଲା ସେଓ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଟ୍ରକ ରୂ ପ୍ରାୟ ୨୦ ଲକ୍ଷ ଟଙ୍କାର ସେଓକୁ ଲୁଟି ନେଇ ଗଲେ ସ୍ଥାନୀୟ ଲୋକେ ଓ ବାଟରେ ଯାଉଥିବା ଗାଡି ମୋଟର ଆରୋହୀ । ଏପରି ଘଟଣା ଦେଖା ଯାଇଛି ୧୬ ନମ୍ବର ଜାତୀୟ ରାଜପଥ ର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଡାହାଲା ନିକଟରେ ଦୁର୍ଘଟଣା । ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉ ଥିବା ଗୋଟିଏ ସେଓ ବୋଝେଇ ଟ୍ରକ ଆଜି ଭୋର ସମୟରେ ଡାହାଲା ଠାରେ ଥିବା ଏକ ବ୍ରିଜ ର ୱାଲ କୁ ଧକ୍କା ଦେଈ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା । ଏପରିକି ଟ୍ରକର ଆଗ ଇଂଜିନ ଭାଙ୍ଗି ରାସ୍ତା ତଳ କୁ ପଡିଥିଲା ବେଳେ ଡବା ରାସ୍ତା ଉପରେ ଭାଙ୍ଗି ରୁଜି ପଡିଛି । ଡ୍ରାଇଭର ଓ ହେଲପର ଅଳ୍ପ କେ ବଞ୍ଚି ଯାଇଛନ୍ତି । ଏପରି ସ୍ଥଳେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ରେ ଥିବା ସହ ସହ ପେଟି ସେଓ କୁ ବୋହି ନେଇଛନ୍ତି ସ୍ଥାନୀୟ ଲୋକେ ଓ ଜାତୀୟ ରାଜପଥ ରେ ଯାଉଥିବା ଗାଡି ମୋଟର ଆରୋହୀ ମାନେ । ଘଂଟାଏ ଭିତରେ ସବୁ ସେଓ ପେଟି କୁ ଲୁଟ କରି ନିଆ ଯାଇଛି । ଯାହାର ଚିହ୍ନ ବର୍ଣ୍ଣ ବି ଏବେ ନାହିଁ । ଖବର ପାଇଁ ଆଜି ଆଖପାଖ ଅଂଚଳର ଲୋକେ ବର୍ଷା କମିବାରୁ ଗଲା ବେଳକୁ କିଛି ନାହିଁ । ଡ୍ରାଇଭର ଏ ସମ୍ପର୍କ ରେ ଭଣ୍ଡାରିପୋଖରୀ ପୋଲିସ ରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।