‘କାଦମ୍ବିନୀ’ ଓ ମାସିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଅପ୍ରେଲ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ସର୍ବଜନାଦୃତ ମାସିକ ଓଡିଆ ପତ୍ରିକା ‘କାଦମ୍ବିନୀ’ ଓ ମାସିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଅପ୍ରେଲ ସଂଖ୍ୟା ଆଜି ‘କାଦମ୍ବିନୀ’ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର,ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ବିଜୟ ମଲ୍ଲ । କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ‘କାଦମ୍ବିନୀ’ ଓ ‘କୁନିକଥା’ର ସଂପାଦିକା ଡ. ଇତି ସାମନ୍ତ । ଏଥିରେ ଲେଖକ,ଲେଖିକା ଓ ଶୁଭେଚ୍ଛୁମାନେ ଯୋଗଦେଇଥିଲେ । ସୂଚନାଯୋଗ୍ଯ, ‘କାଦମ୍ବିନୀ’ର ଅପ୍ରେଲ ସଂଖ୍ୟା ପ୍ରତିବର୍ଷ ପରି ଏଥର ମଧ୍ଯ ‘ଗଳ୍ପଗାଥା ସ୍ଵତନ୍ତ୍ର’ ଭାବରେ ପ୍ରକାଶ ପାଇଛି ।