ଦୁବାଇରେ ଓଡ଼ିଆ ଝିଅ ଆରାଧନାଙ୍କୁ ଶୁଭେଚ୍ଛା, ପିନ୍ଧିଲେ ମିସେସ୍ ଇଣ୍ଡିଆ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ଶୁଭେଚ୍ଛା । ଦୁବାଇରେ ଆୟୋଜିତ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୪ ର ଦ୍ୱିତୀୟ ରନର୍-ଅପ୍ ମୁକୁଟ ପିନ୍ଧିଛନ୍ତି ଭୁବନେଶ୍ବରର ଆରଧନା । ବିବାହିତ ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଗତ ସେପ୍ଟେମ୍ପର ୮ତାରିଖରେ ଦୁବାଇରେ ଅନୁଷ୍ଠିତ ହୋଇଯାଇଛି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ୍ ହାସଲ କରିବାରେ ଆରଧନା ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା।

ଗତ ୭ ବର୍ଷ ହେବ ସେ ଦୁବାଇରେ ତାଙ୍କ ସ୍ୱାମୀ ସୁର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ରହୁଛନ୍ତି। ଏହି ପ୍ରତିଯୋଗିତା ଗତ ୨୦୨୩ରେ ଅରମ୍ଭ ହୋଇଥିଲା  । ମଧ୍ଯପ୍ରାଚ୍ଯରେ ଭାରତୀୟ ମହିଳାଙ୍କ ସୌନ୍ଦର୍ଯ୍ଯ, ବୁଦ୍ଧି ଏବଂ ସାଂସ୍କୃତିକ ଐତିହ୍ଯଜ୍ଞାନକୁ ସମ୍ମାନିତ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଓଡ଼ିଶାର ଆରାଧନା ଦାସ ଏଥିରେ ନିଜର ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିଥିଲେ । ଆରାଧନାଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି ।  ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like