ପୁଣି ରିମାଣ୍ଡ୍‌ରେ ଯିବେ ଅର୍ଚ୍ଚନା-ଜଗବନ୍ଧୁ, ଇଡିକୁ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ନାଗ-ଚାନ୍ଦ ଦମ୍ପତିଙ୍କ ଗୁମର ଭେଦିବ ଇଡି । କଳା ସାମ୍ରାଜ୍ୟର ଗୋଟି ଗୋଟି ସତ ଉଗାରିବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ, ସ୍ତ୍ରୀଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ।

ଆଜି ଅର୍ଚ୍ଚନା ରିମାଣ୍ଡରେ ଯାଇଥିବା ବେଳେ କାଲିଠୁ ଜଗବନ୍ଧୁଙ୍କୁ ହେପାଜତରେ ନେବ ଇଡି । ଦୁହିଁଙ୍କୁ ମୁହାଁମୁହିଁ ଜେରା କରି ବ୍ଲାକମେଲିଂ, ହନିଟ୍ରାପ୍‌ ଓ ଟଙ୍କା ନେଣଦେଣର ଅନେକ ଗୁମର ଫିଟାଇବ ତଦନ୍ତକାରୀ ସଂସ୍ଥା । ଆଜି ଦୁହିଁଙ୍କୁ ଗିରଫ କରିଛି ଇଡି ।

ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିଛି ED । ଭୁବନେଶ୍ୱର କୋର୍ଟରେ ହାଜର ପରେ ଗିରଫ ହୋଇଥିଲେ ନାଗ ଦମ୍ପତ୍ତି । ସେପଟେ ପ୍ରିଭେନଶନ ଅଫ ମନିଲଣ୍ଡ୍ରିଙ୍ଗ ଆକ୍ଟରେ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କୁ ଗିରଫ କରି ୭ଦିନ ରିମାଣ୍ଡରେ ନେଇଥିଲା ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.