ଅର୍ଚ୍ଚନା ନାଗଙ୍କ ସ୍ବାମୀ ଥାନାରେ ଅଟକ, ଆକ୍ରମଣ କରିବା ଅଭିଯୋଗରେ ଉଠାଇନେଲା ପୋଲିସ

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ।  ଅର୍ଚ୍ଚନା ନାଗଙ୍କ ସ୍ବାମୀ ଥାନାରେ ଅଟକ ।  ଜଗବନ୍ଧୁ ଚାନ୍ଦଙ୍କୁ ଭୁବନେଶ୍ବରମଞ୍ଚେଶ୍ବର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।  ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି ପୋଲିସ ।

ଅର୍ଚ୍ଚନା ଓ ତାଙ୍କ ପୁଅକୁ ଜଗବନ୍ଧୁ ଆକ୍ରମଣ କରି ମାରିବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି।  ଗତ ୩୦ ତାରିଖରେ ଏନେଇ ଅର୍ଚ୍ଚନା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

Also read: ସାପ କାମୁଡ଼ାରେ ଗୁରୁତର ଆହତ ରୋଗୀ, ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ଗଲେ ମେଡିକାଲ