ଅର୍ଚ୍ଚନା ଖୋଲିଲେ ବଡ଼ ଗୁମର: ତୃତୀୟ ଦିନରେ ପୁଣି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ନେଲେ

କେନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ତୃତୀୟ ଦିନ । ଅର୍ଥନୈତିକ କାରବାର ନେଇ ଅନେକ ଗୁମର ଇଡି ଅଧିକାରୀଙ୍କ ହାତରେ ଲାଗିଛି । କିଛି ବଡ଼ବଡ଼ିଆଙ୍କ ନାଁ ନେଇଥିବା ସୂଚନା ମିଳିଛି । ଯେଉଁମାନେ ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଟଙ୍କା ଦେଇଥିଲେ । ତାଙ୍କରି ଟଙ୍କାରେ ସତ୍ୟବିହାରରେ ଆଲିସାନ ବଙ୍ଗଳା କରିଥିଲେ ଅର୍ଚ୍ଚନ । ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇ ତଥ୍ୟ ରଖିଲେ ଅର୍ଚ୍ଚନାଙ୍କ କଣ୍ଟ୍ରାକ୍ଟର ପବିତ୍ର ପାତ୍ର । କାଗଜପତ୍ର ଓ ବ୍ୟାଙ୍କ ତଥ୍ୟ ଇଡିକୁ ଦେଇଛନ୍ତି ।

୪୦ ଲକ୍ଷ ଟଙ୍କାରେ ଅର୍ଚ୍ଚନାଙ୍କ ଘର କାମ କରିଛନ୍ତି ବୋଲି କହିଛନ୍ତି ପବିତ୍ର । ସେପଟେ ED ଆଗରେ କିଛି ହାଇପ୍ରୋଫାଇଲ ଲିଙ୍କ୍‌ର ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ଏପରିକି କିଛି ବଡବଡିଆଙ୍କ ନାଁ ମଧ୍ୟ ପ୍ରକାଶ କରିଛନ୍ତି । ଗତକାଲି ରାତିରେ ହଠାତ ଜଗବନ୍ଧୁଙ୍କ ବଡ ଭାଇ ବୈକୁଣ୍ଠ ଚାନ୍ଦଙ୍କୁ ED ଅଫିସରେ ଦେଖିବାକୁ ମିଳିଥିଲା । ସେ ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂଙ୍କୁ ଭେଟି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେଇଛନ୍ତି । ଆସନ୍ତା ୧୨ରେ ଅର୍ଚନାଙ୍କ ରିମାଣ୍ଡ ସରୁଛି । ଏପଟେ ୧୩ ତାରିଖରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହେବେ ଜଗବନ୍ଧୁ ଚାନ୍ଦ ।

ED ତାଙ୍କୁ ରିମାଣ୍ଡରେ ନେବ । ପୁଣି ଥରେ ଅର୍ଚନାଙ୍କୁ ରିମାଣ୍ଡରେ ନେଇ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ଜେରା କରାଯିବ । ଅର୍ଚ୍ଚନା, ଜଗବନ୍ଧୁ, ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିବ ଇଡି । ଏପଟେ ହନିଟ୍ରାପ ଓ ବ୍ଲାକମେଲ ସିଣ୍ଡିକେଟର ଅନ୍ୟତମ ମୁଖ୍ୟ କାର୍ପଟଦାର ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜି ପାଉନି ED । ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା କୁହାଯାଉଛି । ବାରମ୍ବାର ଲୋକେସନ ବଦଳାଉଛନ୍ତି ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘରୁ ମିଳିଥିବା ଲାପଟପ ଅନ୍ୟ ଇଲେକ୍ଟ୍ରୋନିକସ୍‌ ଓ ଡିଜିଟାଲ ତଥ୍ୟ ରାଜ୍ୟ ଫୋରେନସିକ ଲାବକୁ ତୁରନ୍ତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.