ଅର୍ଚ୍ଚନା ନାଗ କଳାଟଙ୍କା ମାମଲା: କୋର୍ଟରେ ହାଜର ହେଲେନି ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ): ଆଜି କୋର୍ଟରେ ହାଜର ହେଲେନି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି । ମନି ଲଣ୍ଡରିଂ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବାର ଥିଲା । ଅସୁସ୍ଥତା କାରଣରୁ ସେ ହାଜର ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ । ଆସନ୍ତା ୭ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି । ନିକଟରେ ଇଡି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଥିଲେ । ଏହାପରେ ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା ।

ଅନ୍ୟପଟେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ପାର୍ଟନର ଖଗେଶ୍ୱର ପାତ୍ର । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଖଗେଶ୍ୱରଙ୍କ ଓକିଲ ଜାମିନ୍‌ ଆବେଦନ କରିଛନ୍ତି । ଆସନ୍ତା ୨ ତାରିଖରେ ଜାମିନ୍‌ ଆବେଦନର ଶୁଣାଣି ହେବ । ସେହିପରି ୭ତାରିଖରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟ ଜାମିନ ଆବେଦନର ଶୁଣାଣି ହେବ। ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି ଖଗେଶ୍ୱରଙ୍କୁ ତୃତୀୟ ଅଭିଯୁକ୍ତ ଭାବେ ଚାର୍ଜସିଟ୍‌ରେ ଦର୍ଶାଇଛି । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ର ।

Leave A Reply

Your email address will not be published.