ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର: ଆକାଉଣ୍ଟରେ ନୁହେଁ, ସିଧାସଳଖ କ୍ୟାସରେ ହେଉଥିଲା କାରବାର

ଭୁବନେଶ୍ୱର(କେନ୍ୟୁଜ୍): ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଅର୍ଚ୍ଚନାଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡରୁ ସାମନାକୁ ଆସିଛି ସାଂଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇ ନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟରେ ନୁହେଁ, ସିଧାସଳଖ କ୍ୟାସରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ପୋଲିସକୁ ଏହି ତଥ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନାଙ୍କର ଦୁଇଟି ଏତଲା ଉପରେ ତଦନ୍ତ ଚାଲିଛି । ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ ।

ଏବେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର କେଉଁଠି । କେଉଁଠି ଆତ୍ମଗୋପନ କରିଛନ୍ତି ? ସେ ଧରାପଡ଼ିଲେ ବ୍‌୍ଲାକମେଲିଂର ଅଧିକ ରହସ୍ୟ ଖୋଲିପାରେ । ଖଗେଶ୍ୱରକୁ ଧରିବା ପାଇଁ ପୋଲିସ ସ୍ପେସାଲ୍‌ ଟିମ୍‌ ଗଠନ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଜର ପାଇଁ ନୋଟିସ୍‌ କରିଛି ପୋଲିସ । ସେ କେବେ ହାଜର ହେବେ ତାଉପରେ ନଜର ରହିଛି । ଅର୍ଚ୍ଚନା ବ୍ଲାକମେଲିଂ ରାକେଟରେ ଯେଉଁ ଯୁବତୀଙ୍କୁ ବ୍ୟବହାର କରୁଥିଲା ସେମାନଙ୍କର ବୟାନ ବି ରେକର୍ଡ କରିଛି ପୋଲିସ ।

Leave A Reply

Your email address will not be published.