ଅର୍ଚ୍ଚନା ନାଗ ମାମଲା: ଏସ୍‌ଆଇଟିର ବୈଠକ, ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲା ଇଡି

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗଙ୍କ ୧୦ କୋଟିରୁ ଅଧିକ ସମ୍ପତ୍ତି । ଏସଆଇଟିଙ୍କ ନିକଟରେ କଳାଧନ ସମ୍ପର୍କୀତ ରିପୋର୍ଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କର ୧୦ କୋଟିରୁ ଅଧିକ ସମ୍ପତ୍ତି ରଖିଥିବା ହୋଇଛି ଆକଳନ । କଳାଧନ ଆୟର ମୁଖ୍ୟ କାର୍ପେଟଦାର ଖଗେଶ୍ଵର ପାତ୍ର । କେଉଁ ମାନଙ୍କ ପାଖରୁ ଆସିଛି ଏହି କଳାଧନ ତାର ତଦନ୍ତ କରୁଛି ଇଡି । ଏସଆଇଟିର ଦିଲ୍ଲୀ ବୈଠକରେ ଏହି ରିପୋର୍ଟ ଦାଖଲ ହୋଇଛି ।

ପରବର୍ତ୍ତୀ ସମୟରେ ଅପଡେଟ ରିପୋର୍ଟ ଦେବାକୁ ଇଡିକୁ ଏସଆଇଟିଙ୍କ ନିର୍ଦ୍ଦେଶ । ଆୟକର ବିଭାଗକୁ ଅର୍ଚ୍ଚନା ନାଗଙ୍କ ମାମଲାରେ ତଦନ୍ତ କରିବାକୁ ଏସଆଇଟି ଦେଲେ ନିର୍ଦ୍ଦେଶ । ଭୁବନେଶ୍ୱରରେ ଆଉ ଦୁଇଟି ଏଭଳି ରାକେଟ କାମ କରୁଥିବା ଇଡି ପକ୍ଷରୁ ଅବଗତ କରାଯାଇଛି । ସେ ଉପରେ ମଧ୍ୟ ତଦନ୍ତ କରୁଛି ଇଡି । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.