ଇଡି ଆଗରେ ମୌନ ରହୁଛନ୍ତି ଅର୍ଚ୍ଚନା ନାଗ, ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁ ନାହାନ୍ତି

କେନ୍ୟୁଜ୍(ବ୍ୟୁରୋ): ମିଡିଆ ଆଗରେ ଫଁ କରୁଥିବା ଅର୍ଚ୍ଚନା ନାଗ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ସବୁ ଗୁମର ଖୋଲି ଦେବେ ବୋଲି ଗର୍ଜନ କରୁଥିବା ଅର୍ଚ୍ଚନା ଇଡି ପ୍ରଶ୍ନରେ ମୌନ । ଜେରାରେ ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁ ନାହାନ୍ତି । ସନ୍ତୋଷଜନକ ଉତ୍ତର ଦେଉ ନଥିବା ସୂଚନା ମିଳିଛି । କେମିତି ଠିଆ କଲେ ଏତେ ବଡ଼ କଳା ସାମ୍ରାଜ୍ୟ ? କୁଆଡୁ ଆସୁଥିଲା ଟଙ୍କା । ହନିଟ୍ରାପ ନେଇ ଯେତେ ପଚାରିଲେ ବି ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା । ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁ ଆଣିଥିବା ଅଭିଯୋଗ ଉପରେ ମୌନ ରହୁଛନ୍ତି । ତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିପାରେ ଇଡି । ଆସନ୍ତା ୧୨ ତାରିଖରେ ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି । ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୧୩ ତାରିଖରେ କୋର୍ଟରେ ହାଜର କରାଯିବ ।

ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଜଗବନ୍ଧୁଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟ ଅଭିଯୁକ୍ତ ଖଗେଶ୍ୱର ଓ ଅଭିଯୋଗକାରୀ ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁଙ୍କ ସହ ସାମନା ସାମନି ଜେରା କରିପାରେ । ଅନ୍ୟପଟେ ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, ସେ ତଦନ୍ତରେ ସହଯୋଗ କରୁଛନ୍ତି । ସେପଟେ ଇଡିକୁ ଅର୍ଚ୍ଚନା କେସ୍‌ ସମ୍ପର୍କିତ ତଥ୍ୟ ଦେଇଛି ଖଣ୍ଡଗିରି ଥାନା ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେଉ ନଥିବା ନେଇ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ ବନ୍ଦ ଲଫାପାରେ ଇଡି ଅଧିକାରୀଙ୍କୁ ସମସ୍ତ ତଥ୍ୟ ଦେଇଥିବା ସୂଚନା ମିଳିଛି । .a

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.