ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା, ଜେଲ ଭିତରେ ଥାଇ କଲେ ଫର୍ମ ଫିଲଅପ୍

ଭୁବନେଶ୍ୱର (କେନ୍ୟୁଜ): ଆଇନ୍‌ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ। କୋର୍ଟଙ୍କ ଅନୁମତି ପରେ ଲ ପରୀକ୍ଷା ଦେବେ ଅର୍ଚ୍ଚନା। କ୍ୟାପିଟାଲ ଲ’ କଲେଜ୍‌ରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଫର୍ମପୂରଣ କରିଛନ୍ତି। ସପ୍ତମ ସେମିଷ୍ଟାର ପାଇଁ ଫର୍ମପୂରଣ କରିଛନ୍ତି ଅର୍ଚ୍ଚନା। କ୍ୟାପିଟାଲ ଲ’ କଲେଜ୍‌ରେ ୫ ବର୍ଷିଆ ଆଇନ୍‌ ପାଠ ପଢୁଛନ୍ତି ଅର୍ଚ୍ଚନା। ଜେଲ୍‌ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ଅର୍ଚ୍ଚନା ଭୁବନେଶ୍ୱର କ୍ୟାପିଟାଲ୍‌ ଲ କଲେଜର ଚତୁର୍ଥ ବର୍ଷର ଆଇନ ଛାତ୍ରୀ। ପରୀକ୍ଷା ଦେବା ପାଇଁ ଜେଲ୍‌ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡିଛି।

ସୂଚନା ଥାଉକି, ଅର୍ଚ୍ଚନା ନାଗ୍ ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିଲେ । ଏବେ ସେ ସବୁ ପ୍ରମାଣ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) । ଖୁବ୍‌ଶୀଘ୍ର ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇ ସେ ସବୁ ପ୍ରମାଣ ଯୋଗାଡ କରିବ । ତା’ଛଡା ନୟାଗଡ଼ର ବ୍ୟବସାୟୀ ଲୁଲୁଙ୍କୁ ଇଡି ନୋଟିସ୍‌ କରିବ ବୋଲି ଜଣାପଡ଼ିଛି । କାରଣ ଲୁଲୁ ଅର୍ଚ୍ଚନାଙ୍କୁ ୩୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ । ସେ କ’ଣ ପାଇଁ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିଲେ ତାହା ଜାଣିବା ପାଇଁ ଇଡି ତାଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.