ବିଧାନସଭାରେ ଉଠିଲା ଅର୍ଚ୍ଚାନା ନାଗ ପ୍ରସଙ୍ଗ: ପ୍ରମିଳା ମଲ୍ଲିକ କହିଲେ ଏହା ସାଧାରଣ ଲୋକଙ୍କ ସମସ୍ୟା ନୁହେଁ

ଭୁବନେଶ୍ବର(କେନ୍ୟୁଜ୍):ବିରୋଧୀଙ୍କ ଅର୍ଚ୍ଚାନା ନାଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଧାନସଭାରେ ଆଲୋଚନା କରିବା ପାଇଁ ଲୋକଙ୍କ ସମସ୍ୟାକୁ ନେଇ ଅନେକ ପ୍ରସଙ୍ଗ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗ ସାଧାରଣ ଲୋକଙ୍କ ସମସ୍ୟା ନୁହେଁ । କିନ୍ତୁ ବିରୋଧୀ ମାନେ ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି । ଅର୍ଚ୍ଚନା ନାଗ ପ୍ରସଙ୍ଗ ଆଲୋଚନା ପାଇଁ ସଠିକ ଫୋରମରେ ଆସନ୍ତୁ ।

ସରକାର ଭୟ କରୁନାହାନ୍ତି । ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କାହାର ସମ୍ପୃକ୍ତି ଅଛି କାହାର ନାହିଁ ଇଡି ତଦନ୍ତ ସରିଲେ ଦଣ୍ଡ ପାଇବେ । ବିରୋଧୀ ଉପନିର୍ବାଚନ ସମୟରେ ଏହାକୁ ବ୍ୟବହାର କରୁଛନ୍ତି । ବିଧାନସଭା ସମୟରେ ସେମାନେ ଏଭଳି ପ୍ରସଙ୍ଗ ବାରମ୍ବାର ଉଠାଉଛନ୍ତି । ଇଡି ତଦନ୍ତ କରୁଛି, ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ । ବିରୋଧୀ ନେତାଙ୍କର ଅଧିକ ସମ୍ପୃକ୍ତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.