ଅର୍ଚ୍ଚନା ନାଗ ମାମଲାର ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା, ଫିଟିପାରେ ପ୍ରଭାବଶାଳୀ ନେତାଙ୍କ ଗୁମର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଥରେ ଜାମିନ ଆବେଦନ କରିବେ ଅର୍ଚ୍ଚନା ନାଗ୍ । ଆଜି ଭିଡିଓ କନଫରେନ୍ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଓକିଲ କହିଛନ୍ତି ନିର୍ଦ୍ଦୋଷ ପ୍ରମାଣ ପାଇଁ ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଛି । ଅନ୍ୟପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଜାମିନ୍ ପାଇଁ ଭିଡିଓ କନଫରେନ୍ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ପ୍ରଥମ ଦିନରେ ନିଜର ଓକିଲଙ୍କ ପରିଚୟ ସ୍ପଷ୍ଟ କଲେ ଅର୍ଚ୍ଚନା। ଦେବାଶିଷ ମହାପାତ୍ରଙ୍କୁ ନିଜର ଆଇନଜୀବୀ ଭାବେ ସ୍ପଷ୍ଟ କରିଥିଲେ। ପୁଣି ଥରେ ଜାମିନ୍ ପାଇଁ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ ସୂଚନା ଦେଇଛନ୍ତି। ତଳ କୋର୍ଟରେ ଜାମିନ ମଞ୍ଜୁର ନହେଲେ ସେସନ୍ସ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି। ସେପଟେ ଅର୍ଚ୍ଚନା ନିର୍ଦ୍ଦୋଷ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ତାଙ୍କ ଓକିଲ। ନିର୍ଦ୍ଦୋଷ ପ୍ରମାଣ ପାଇଁ ତାଙ୍କ ପାଖରେ ସମସ୍ତ ତଥ୍ୟ ଥିବା କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର।

ଗତକାଲି ଅର୍ଚ୍ଚନା ରହୁଥିବା ପୁରୁଣା ଭଡ଼ା ଘର ମାଲିକ ତଥା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏଯାଏ ଅର୍ଚ୍ଚନାଙ୍କ ଲିଙ୍କରେ ଏକାଧିକ ଲୋକଙ୍କୁ ପଚରାଉଚରା ହେଲାଣି । ଅର୍ଚ୍ଚନାଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ନେଇ ଖେଳତାଡ ବି ଚାଲିଛି । ଅର୍ଚ୍ଚନା ବ୍ଲାକମେଲିଂ ରାକେଟରେ ଯେଉଁ ଯୁବତୀଙ୍କୁ ବ୍ୟବହାର କରୁଥିଲା ସେମାନଙ୍କର ବୟାନ ବି ରେକର୍ଡ କରିଛି ପୋଲିସ ।

ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ। କେଉଁ ପ୍ରଭାବଶାଳୀ ନେତା ରହିଛନ୍ତି ତାହା ସ୍ପଷ୍ଟ ହେବା ଦରକାର ବୋଲି ଦାବି କରିଛନ୍ତି। ବିଜେପିର ସିବିଆଇ ତଦନ୍ତ ଦାବିର ଜବାବ ରଖିଛି ବିଜେଡି। ଉତ୍ତର ଦେବା ଲୋକ ଆଜି ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିଲ ମହାନ୍ତି। ଆଜି ଏଜେନ୍ସି ଆଳ ଦେଖାଇ ଖସିଯିବାକୁ ଚାହୁଁଛନ୍ତି। ମିଛ କଥା କହି ଲୋକଙ୍କ ସହ ବିଜେପି ଛଳନା କରୁଛି ହୋଲି କହିଛନ୍ତି ବିଜେଡି ମୁଖପାତ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.