ଝାରପଡ଼ା ଜେଲରେ ଭେଟାଭେଟି ହେଲେ ଅର୍ଚ୍ଚନା-ଜଗବନ୍ଧୁ, ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ୧୫ ମିନିଟ ହେଲେ କଥାବାର୍ତ୍ତା
ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା-ଜଗବନ୍ଧୁ ଭେଟାଭେଟି। ଭୁବନେଶ୍ୱର ଝାରପଡ଼ା ଜେଲରେ ସ୍ୱାମୀ- ସ୍ତ୍ରୀ ଭେଟ ହୋଇଛି। ଜେଲ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଛି। ସହକାରୀ ଜେଲର ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉଭୟ ୧୫ମିନିଟ ପାଇଁ କଥାବାର୍ତ୍ତା ହୋଇଛନ୍ତି।
ଗତ ରବିବାର ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲ ଘଟଣାରେ ଉଭୟ ଜେଲରେ ଅଛନ୍ତି। ସ୍ୱାମୀ-ସ୍ତ୍ରୀ ଉଭୟ ଜେଲରେ ଥିଲେ ପରସ୍ପରକୁ ସପ୍ତାହରେ ଥରେ ଭେଟିବାକୁ ଜେଲ ମାନୁଆଲରେ ନିୟମ ରହିଛି। ବ୍ଲାକମେଲ ଅଭିଯୋଗରେ ଅକ୍ଟୋବର ୭ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ପରେ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ସତ୍ୟବିହାର ଘରୁ ଗିରଫ କରିଛି ପୋଲିସ । ଏବେ ପୋଲିସ ସ୍କାନରରେ ରହିଛି ସହଯୋଗୀ ଖଗେଶ୍ୱର । ଏନେଇ ସେମାନଙ୍କ ମୋବାଇଲ ଫୋନ୍, ଲାପଟପ, ପେନଡ୍ରାଇଭ ଓ ହାର୍ଡଡିସ୍କ ଜବତ ହୋଇଛି।