ଖୋଲୁଛି ବ୍ଲାକମେଲ କୁଇନ ଅର୍ଚ୍ଚନାଙ୍କ ଗୁମର ପେଡ଼ି: ଆଜି କୋର୍ଟରେ ହୋଇପାରନ୍ତି ହାଜର, ପୁରୁଣା ଭଡ଼ା ଘର ମାଲିକଙ୍କ ବୟାନ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍):ଖୋଲୁଛି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଗୁମର ପେଡ଼ି । ତଦନ୍ତ ବଢୁଛି, ତଥ୍ୟ ବାହାରୁଛି । ଅର୍ଚ୍ଚନାଙ୍କ ପୁରୁଣା ଭଡ଼ା ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ହୋଇଛି ବୟାନ ରେକର୍ଡ । ଅର୍ଚ୍ଚନା ୨୦୧୭ରେ ପ୍ରମୋଦ ସ୍ୱାଇଁଙ୍କ ଜାଗମରା ବିଭବ ଇଷ୍ଟେଟ ଘରେ ୧୧ ମାସ ଭଡ଼ାରେ ଥିଲେ । ପୋଲିସ ପ୍ରମୋଦଙ୍କୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ସମ୍ପର୍କରେ ବିସ୍ତୃତ ଭାବରେ ପଚରାଉଚରା କରିଛି । ଅର୍ଚ୍ଚନାଙ୍କ ସହ ଭଡ଼ା ଘରେ କେତେ ଜଣ ରହୁଥିଲେ, କିଏ କିଏ ଆସୁଥିଲେ, କାହିଁକି ଘରୁ ବାହାର କରିଦେଲେ ସେ ସଂପର୍କରେ ପଚରାଉଚରା କରିଛି ପୋଲିସ ।

ଅର୍ଚ୍ଚନାଙ୍କ ଘରକୁ ବହୁତ ଗେଷ୍ଟ ଆସୁଥିଲେ । ଏଥିରେ ପ୍ରମୋଦ ସ୍ୱାଇଁ ଅସନ୍ତୁଷ୍ଟ ଥିଲେ । ହେଲେ ଭଡ଼ା ଘର ଛାଡ଼ିବାକୁ ନାରାଜ ଥିଲେ ଅର୍ଚ୍ଚନା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ଜଣାପଡ଼ିଛି । ପ୍ରମୋଦ ସ୍ୱାଇଁ ହେଉଛନ୍ତି ଜଣେ ବିଲଡର ଓ ଫିଲ୍ମ ପ୍ରଯୋଜକ । ଏପଟେ ଯେଉଁ ଯୁବତୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ତାଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି। ଖୁବଶୀଘ୍ର ଅକ୍ଷୟ ପରିଜାଙ୍କ ବୟାନ ବି ରେକର୍ଡ କରାଯିବ ।

rentସେହିଭଳି ଆଉ କିଛି ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଯାହାର ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି । ଆଲିସାନ୍‌ ବଙ୍ଗଳାରେ ଜୀବନ କାଟୁଥିବା ଅର୍ଚ୍ଚନାଙ୍କ ଠିକଣା ଏବେ ଝାରପଡ଼ା ଜେଲ୍‌ର କାଳ କୋଠରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.