ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜାମିନ, ପାସପୋର୍ଟ ଦାଖଲ ପାଇଁ ରଖାଯାଇଛି ସର୍ତ୍ତ

ଅର୍ଚାନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜାମିନ । ଇଡି ମାମଲାରେ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରୋ ଜାମିନ ମିଳିଛି

କେନ୍ୟୁଜ୍(ବ୍ୟୁରୋ): ବହୁଚଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ହନି ଟ୍ରାପ୍ ମାମଲାରେ ଅର୍ଚାନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜାମିନ । ଇଡି ମାମଲାରେ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରୋ ଜାମିନ ମିଳିଛି । ପାସପୋର୍ଟ ଦାଖଲ ପାଇଁ ଜଗବନ୍ଧୁଙ୍କୁ ନିର୍ଦେଶ ଦିଆଯାଇଛି ।

ଶୁଣାଣିରେ ଜଗବନ୍ଧୁଙ୍କ ଓକିଲ ସ୍ବାସ୍ଥ୍ୟ ଗତ ସମସ୍ୟା ଥିବାରୁ ତାଙ୍କୁ ଜାମିନ ପାଇଁ ଯୁକ୍ତି ବାଢ଼ିଥିଲେ । ପୂର୍ବରୁ ତାଙ୍କ ନାଁରେ ଥିବା ମାମଲାରେ ସେ ଜାମିନ ପାଇଥିବାରୁ ଆସନ୍ତା ଶୁକ୍ରବାର ସୁଧା ଜେଲରୁ ମୁକୁଳିବେ ବୋଲି ଜଗବନ୍ଧୁଙ୍କ ଓକିଲ ଜୟଦିପ୍ ପଲ୍ ସୂଚନା ଦେଇଛନ୍ତି । ସେହିପରି ଅର୍ଚ୍ଚନା ନାଗଙ୍କ ଇଡି ମାମଲାରେ ଜାମିନ ନେଇ ହାଇକୋର୍ଟରେ ଶୁଣାଣି ରହିଛି ।