ରାଜ୍ୟ

ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ: ହନିଟ୍ରାପ୍‌ ଓ ଆର୍ଥିକ କାରବାର ନେଇ ପଚରାଉଚରା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଆଜି ଇଡି ଜେରାର ଦ୍ୱିତୀୟ ଦିନ । ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ନେଇ ଗୁଡ଼େଇ ତୁଡେଇ ତଦନ୍ତକାରୀ ଅଫିସର ଜେରା କରୁଛନ୍ତି । ଇଡି ଆଗରେ ଏବେ ଅସମାହିତ ପ୍ରଶ୍ନ । ଜେରାବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ଯେଉଁ ଅଗ୍ନିବର୍ଷୀ ପ୍ରତିକ୍ରିୟା ରଖିଥିଲେ, ଏସବୁ କାହା ଉଦ୍ଦେଶ୍ୟରେ ଥିଲା ? ମନି ଲଣ୍ଡରିଂ ମାମଲା ସହ ଏହାର କୌଣସି ସମ୍ପୃକ୍ତି ଅଛି କି ନାହିଁ ? ଅର୍ଚ୍ଚନା କହୁଛନ୍ତି ତାଙ୍କୁ ଫସେଇ ଦିଆଯାଇଛି ।

କିଏ ତାଙ୍କୁ ଫସାଇଲା ? ଏମିତି କି ତଥ୍ୟ ଦେବେ ଯାହା ରାଜ୍ୟକୁ ପରିବର୍ତ୍ତନ କରିଦେବ ? ନେତା, ମନ୍ତ୍ରୀ ଆଉ କେଉଁ ବଡବଡିଆ ହନିଟ୍ରାପ ଓ ବ୍ଲାକ ମେଲିଂରେ ଯଡିତ ? କାହା କାହାକୁ ବ୍ଲାକମେଲିଂ କରିଥିଲେ ? ଆଉ କାହା କାହାକୁ ହନିଟ୍ରାପ ଜାଲରେ ଅର୍ଚ୍ଚନା ଫସାଇଥିଲେ ? କିଏ ସେ ବଡ଼ବଡ଼ିଆ ଯିଏ ଅଢ଼େଇ କୋଟି ଟଙ୍କା ଏଟିଏମରେ ଜମା କରିଥିଲେ ? ଅର୍ଚ୍ଚନାଙ୍କୁ ଇଡି ଅଧିକାରୀ ଏମିତି ନାନା ପ୍ରଶ୍ନ ପଚାରିଛନ୍ତି ? କୁହାଯାଉଛି ଇଡି ଅଧିକାରୀଙ୍କୁ ଅର୍ଚ୍ଚନା ଅନେକ ବଡ଼ ବଡ଼ିଆଙ୍କ ବିଷୟରେ ତଥ୍ୟ ଦେଇଛନ୍ତି । ଇଡି ଅଧିକାରୀ ସେହି ବଡ଼ ବଡ଼ିଆଙ୍କୁ ଡାକିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ଖବର ଆସି ପହଞ୍ଚୁଛି । ଗତକାଲିର ଅର୍ଚ୍ଚନା ଝଡ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲା । ଆଗକୁ ଅର୍ଚ୍ଚନାଙ୍କ ବୟାନ ଆଉ ଏକ ଝଡ ନେଇ ଆସିବ ବୋଲି ଚର୍ଚ୍ଚା ହେଉଛି ।

Barsha

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

26 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

33 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago