ରାଜ୍ୟ

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ, ଅଜ୍ଞାତ ସ୍ଥାନ ନହେଲେ ଜେଲରେ ହୋଇପାରେ ଜେରା

ଭୁବନେଶ୍ବର(କେନ୍ୟୁଜ୍):ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ରହସ୍ୟ ଭେଦୁଛି ପୋଲିସ । ବ୍ଲାକମେଲିଂ ଅଭିଯୋଗର ତଥ୍ୟ ପ୍ରମାଣ ଯୋଗାଡ ଚାଲୁଛି । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖିଅ ଖୋଜା ଚାଲିଛି । ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଖଣ୍ଡଗିରି ଥାନା ପୋଲିସ କାଲି କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ରିମାଣ୍ଡରେ ଆଣି ବ୍ଲାକମେଲିଂର ସତ ବାହାର କରିବ ।

କୌଣସି ଏକ ଅଜ୍ଞାତ ସ୍ଥାନ ନହେଲେ ଜେଲରେ ତାଙ୍କୁ ଜେରା ହୋଇପାରେ । କେମିତି ବଡ଼ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଉଥିଲା ? କେଉଁମାନଙ୍କୁ ବ୍ଲାକମେଲିଂ କରିଛନ୍ତି ? କାହାଠୁ ଖସାଇଛନ୍ତି କେତେ ଟଙ୍କା ? ଲିଷ୍ଟରେ ଆଉ କେଉଁମାନେ ଥିଲେ ? ବ୍ଲାକମେଲିଂରୁ ଆଦାୟ କରିଥିବା ଟଙ୍କା କେଉଁଠି ଲଗାଇଛନ୍ତି ? ତାଙ୍କ ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ? ସେକ୍ସ ରାକେଟରେ କିଭଳି ଥିଲା ଲିଙ୍କ ? ସେ ହ୍ଵାଟସଆପ୍‌ରେ ଚାଟିଂ କରିଥିବା ସୁନୀଲ ଭାଇ କିଏ ? ଓଡ଼ିଶାରୁ ତଳିପାର ହୋଇଥିବା ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ ନୁହେଁ ତ ? ଖଗେଶ୍ୱରକୁ କେବେଠୁ ଜାଣିଛନ୍ତି ? ବ୍ଲାକମେଲିଂ ରାକେଟରେ ତାଙ୍କର ସଂପୃକ୍ତି କିଭଳି ? ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ୩ ଜଣିଆ ମହିଳା ପୋଲିସ ଟିମ୍‌ ତାଙ୍କୁ ପଚରାଉଚରା କରିପାରନ୍ତି । ସେପଟେ ଅର୍ଚ୍ଚନାଙ୍କ ଶ୍ୱଶୁର ଘର ଗାଁକୁ ଅଧିକ ଖୋଳତାଡ ପାଇଁ ଯିବ ସ୍ୱତନ୍ତ୍ର ପୋଲିସ ଟିମ୍‌ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଯିବ ଖଣ୍ଡଗିରି ଥାନା ପୋଲିସ । ଆଗକୁ ଅର୍ଚ୍ଚନା ଲିଙ୍କରେ କି ମୋଡ଼ ଆସୁଛି ତାଉପରେ ନଜର ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

13 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

28 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

38 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

49 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago