୫ବର୍ଷରେ ଅର୍ଚ୍ଚନାଙ୍କ ୫ କୋଟିରୁ ଅଧିକ ଟଙ୍କାର ଗାଡ଼ି, ଇଡି ଫାଶରେ ପକାଇଦେଲା ଲକଜୁରୀ ଗାଡ଼ି ସଉକ

କେନ୍ୟୁଜ୍(ବ୍ୟୁରୋ):  ଅର୍ଚ୍ଚନା ନାଗଙ୍କୁ ଇଡି ଫାଶରେ ପକାଇଦେଲା ଲକଜୁରୀ ଗାଡ଼ି ସଉକ । ୫ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗାଡ଼ି । ବ୍ଲାକ୍‌ ମେଲ ଟଙ୍କାରେ କିଣୁଥିଲେ ଦାମି ଗାଡି । ଗୋଟିଏ ପରେ ଗୋଟିଏ ସତ ଏବେ ସାମ୍ନାକୁ ଆସୁଛି । କରୋନା ସମୟରେ ୮୩ ଲକ୍ଷ ଟଙ୍କାର ଭେଲାର ଗାଡ଼ି କିଣିଥାନ୍ତେ । ତାଙ୍କର ରହିଛି ଫର୍ଡ ଏଣ୍ଡେଭର ଗାଡ଼ି । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ସେହିଭଳି ରହିଛି ନାଲି ମହିନ୍ଦ୍ରା ଥର୍‌ ଗାଡ଼ି । ଯାହାର ଦାମ୍‌ ୧୮ଲକ୍ଷରୁ ୨୦ ଲକ୍ଷ ଟଙ୍କା ହେବ । ଦୁଇଟି ଧଳା ଫର୍ଚୁନର ଗାଡ଼ି ରହିଛି । ଏହି ଦୁଇଟି ଫର୍ଚୁନର କାର ଦାମ ହେବ ପ୍ରାୟ ୮୦ ଲକ୍ଷ ଟଙ୍କା । ଏହାସହ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଏକ BMW କାର ରହିଛି ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଖରେ ଥିଲା ୫ଟି ଲକଜୁରୀ କାର । ସବୁ ଗାଡ଼ିକୁ ମିଶାଇଲେ ୫ କୋଟି ଟଙ୍କା ହେବ । ଇଡି ସ୍କାନରରେ ଅର୍ଚ୍ଚନା ନାଗ୍‌ ପଡିବା ମୁଖ୍ୟ କାରଣ । ଏତେ ଟଙ୍କା କେଉଁଠୁ ଆସିଲା ? ଅର୍ଚ୍ଚନା ନାଗଙ୍କ ରୋଜଗାର କ’ଣ ? ଗାଡ଼ି କିଣିବା ପାଇଁ ଟଙ୍କା କେଉଁଠୁ ଆଣୁଥିଲେ ? ବେପାର ଖାସ୍‌ ନୁହେଁ, ହେଲେ କୋଟିପତି ହେଲେ କେମିତି ? ଗାଡ଼ି ତଥ୍ୟ ଜାଣିବା ପରେ ଇଡି ଅଧିକାରୀ ତାଜୁବ୍‌ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.