ଜେରା ଚାଲିଛି, ତଥ୍ୟ ବାହାରୁଛି: ଇଡିକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଲେ ଅର୍ଚ୍ଚନାଙ୍କ ଡ୍ରାଇଭର୍‌ ଚନ୍ଦନ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ରହସ୍ୟ ଭେଦୁଛି ଇଡି । ଜେରା ଚାଲିଛି, ତଥ୍ୟ ବାହାରୁଛି । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମାରାଥନ୍‌ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି । ସେହିପରି ଅର୍ଚ୍ଚନାଙ୍କ ଡ୍ରାଇଭର୍‌ ଚନ୍ଦନ ଇଡିକୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୁରାକ । ଏମାନଙ୍କ ପାଖରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତର ପରବର୍ତ୍ତୀ ଦିଗ ନିର୍ଦ୍ଧାରଣ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେମାନେ କିଛି ବଡ଼ ବଡ଼ିଆଙ୍କ ନାଁ ନେଇଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ନୋଟିସ୍‌ ହେବ । ଯେଉଁମାନେ ଅର୍ଚ୍ଚନାଙ୍କ ଲିଙ୍କରେ ଥିଲେ ? ଶ୍ରଦ୍ଧାଞ୍ଜଳି କହିଛନ୍ତି କେମିତି ହନିଟ୍ରାପରେ ବଡ଼ ମୁଣ୍ଡଙ୍କୁ ଫସାଉଥିଲେ ନାଗ ଚାନ୍ଦ ଦମ୍ପତି ? କେମିତି କରୁଥିଲେ ଡିଲ୍‌ ? ବ୍ଲକମେଲିଂର ପ୍ଲଟ କେଉଁଠି ରଚନା କରୁଥିଲେ ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱର ? କାହାଠୁ କେତେ ଟଙ୍କା ହାତେଇଛନ୍ତି ? ହନିଟ୍ରାପ୍‌ରେ ତାଙ୍କର ଭୂମିକା କ’ଣ ରହିଥିଲା ସେନେଇ ଶ୍ରଦ୍ଧାଞ୍ଜଳିଠାରୁ ତଥ୍ୟ ହାତେଇଛନ୍ତି ଇଡି ଅଧିକାରୀ ? ଦୁଇ ଦିନରେ ଶ୍ରଦ୍ଧାଞ୍ଜଳିଙ୍କୁ ୨୯ ଘଣ୍ଟା ଧରି ଜେରା କରାଯାଇଛି । ୨୩ ତାରିଖରେ ୧୫ ଘଣ୍ଟା ଓ ଗତକାଲି ୧୪ ଘଣ୍ଟା ଜେରା ହୋଇଥିଲେ ଶ୍ରଦ୍ଧାଞ୍ଜଳି । ସେ କିଛି ବଡ଼ବଡ଼ିଆଙ୍କ ନାଁ ନେଇଥିବା ଜଣାପଡିଛି ।

ସେହପରି ଗତକାଲି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ଇଡି । ୯ ଘଣ୍ଟା ଜେରା କରିଥିଲେ ଇଡି ଅଧିକାରୀ । ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ମୁହାଁମୁହିଁ ଜେରା ହୋଇଥିଲା । ଡ୍ରାଇଭର ଚନ୍ଦନ ଇଡି ଆଗରେ ରଖିଛି ଅର୍ଚ୍ଚନାଙ୍କ ପୁରା ତଥ୍ୟ । ଚନ୍ଦନ ଅର୍ଚ୍ଚନାଙ୍କୁ ନେଇ କେଉଁଆଡେ ଯାଉଥିଲେ? ଅର୍ଚ୍ଚନାଙ୍କୁ କିଏ କିଏ ଭେଟିଥିଲେ ? କ’ଣ ରହୁଥିଲା ତାଙ୍କ ଗତିବିଧି ? ସେସବୁର ଉତ୍ତର ପାଇଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.