ଭିଜିଲାନ୍ସ ଜାଲରେ ଏଆରଆଇ, ୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଏଆରଆଇ । ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।  କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରା ଘର ବାରିପଟ୍ଟା କରାଇଦେବା ନାଁରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଆବେଦନକାରୀଙ୍କୁ ସୁହାଇଲା ଭଳି ରିପୋର୍ଟ ଦେବାକୁ ଏହି ଟଙ୍କା ମାଗିଥିଲେ ।

ପ୍ରଥମେ ୧୫ ହଜାର ଟଙ୍କା ମାଗିଥିଲେ । ପରେ ୧୨ ହଜାର ଟଙ୍କା ଲାଞ୍ଚ ନେବାକୁ ରାଜି ହୋଇଥିଲେ ।  ଲାଞ୍ଚ ନେବା ବେଳେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଏବେ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍ । ଏବେ ୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

 

Also read: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ