ଜମିପଟ୍ଟା କରାଇଦେବା ପାଇଁ ARI ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ

ଜୟପୁର(କେନ୍ୟୁଜ୍): ଜୟପୁର ଭିଜିଲାନ୍ସ ଜାଲରେ ARI । କୋରାପୁଟ ବ୍ଲକ ସୁକୁ ପଞ୍ଚାୟତର ଏଆର୍ଆଇ ଅମିତ କୁମାର ବେହେରା ଜଣେ ହିତାଧିକାରୀଙ୍କ ଠାରୁ ଜମିପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ଜୟପୁର ବସଷ୍ଟାଣ୍ଡ ନିକଟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ, ଜୟପୁର ଭିଜିଲାନ୍ସ ଦ୍ଵାରା ଧରାପଡିଛନ୍ତି। ଭିଜିଲାନ୍ସ ଟିମ୍ ଏଆର୍ଆଇଙ୍କ ନିକଟରୁ ଟଙ୍କା ଜବତ କରିବା ପରେ ଅମିତ କୁମାର ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ଏଆର୍ଆଇଙ୍କ ସରକାରୀ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି ।