ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ

ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ ତେଜୁଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦ୍ରୀଜା ମଞ୍ଜରୀ ସିଂଦେଓ । ଚାପ ହେବାରୁ ପବ୍ଲିକ ଇମେଜ ବଞ୍ଚାଇବା ପାଇଁ ପୋଲିସ ପଦକ୍ଷେପ ନେଉଛି । ଅଭିଯୋଗ ଅନୁସାରେ ସଠିକ ଦଫା ଲଗାଇ ମାମଲା ରୁଜୁ କରୁନଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା ।

ସେ କହିଛନ୍ତି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୁରକ୍ଷା ମାଗିଛି । ବଲାଙ୍ଗିର ଯିବାକୁ ଚାହୁଁଛି ହେଲେ ବଲାଙ୍ଗିର ପୋଲିସ ମୋତେ ସହଯୋଗ କରୁନାହିଁ । ଗତକାଲି SSP ଙ୍କୁ ସୁରକ୍ଷା ପାଇଁ ଜଣାଇଛନ୍ତି ଅଦ୍ରୀଜା ।

ଅଦ୍ରୀଜାଙ୍କ ଅଭିଯୋଗ ଅନୁସାରେ ଅର୍କେଶ ଓ ତାଙ୍କ ପରିବାର ବିରୋଧରେ ଉତ୍ତରାଖଣ୍ଡ ଡେରାଡୁନର ରାଜପୁର ଥାନାରେ ପାରିବାରିକ ହିଂସା ନେଇ ଏଫଆଇଆର ରୁଜୁ ହୋଇଛି । ଆଇପିସି ଧାରା ୩୨୩, ୩୫୨, ୫୦୪ ଓ ୫୦୬ ମାମଲା ରୁଜୁ ହୋଇଛି ।

ଅଦ୍ରୀଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭି ପି ସିଂ ଙ୍କ ନାତୁଣୀ ଓ ଅର୍କେଶ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନପୁଅ । ୨୦୧୭ରେ ଅଦ୍ରୀଜା ଓ ଅର୍କେଶଙ୍କ ବିବାହ ହୋଇଥିଲା । ଗତ ବର୍ଷେ ହେବ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.