ରାଜଧାନୀର ଫୁଟ୍‌ଫାଥ୍‌ରେ କଟିଲା ଆର୍ମି ପରୀକ୍ଷା ପାଇଁ ଆସିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ରାତି, ରହିବା ପାଇଁ ହୋଇନି କୌଣସି ବ୍ୟବସ୍ଥା

ଭୁବନେଶ୍ବର(କେନ୍ୟୁଜ୍) : ଦୁର୍ଦ୍ଦଶା ଭୋଗିଲେ ପରୀକ୍ଷାର୍ଥୀ । ଟେରିଟୋରିଆଲ୍‌ ଆର୍ମିରେ ନିଯୁକ୍ତି ପାଇଁ ୧୨୦ ବାଟାଲିୟନ୍‌କୁ ଆସିଥିଲେ ଶହ ଶହ ଆଶାୟୀ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରୁ ଆସିଥିବା ଆଶାୟୀ ରାତିରେ ଫୁଟ୍‌ଫାଥ୍‌ରେ ଶୋଇଥିଲେ । ସେମାନଙ୍କ ପାଇଁ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ରେଳ ଷ୍ଟେସନ୍‌, ଲୋୟର ପିଏମ୍‌ଜି, ଏମ୍‌ଏଲ୍‌ଏ କଲୋନୀ ଫୁଟ୍‌ଫାଥ୍‌ରେ ରାତିରେ ଶୋଇଥିଲେ ।

sleep ଏହା ସହ କାଲି ରାତିରେ ବର୍ଷା ହେବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲେ । ଏନେଇ ପୋଲିସ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ଆସନ୍ତାକାଲି ଉତ୍ତରପ୍ରଦେଶ, ୧୬ରେ ଓଡ଼ିଶା, ୧୭ରେ ଉତ୍ତରାଖଣ୍ଡ, ୧୮ରେ ଝାଡଖଣ୍ଡ ଓ ୧୯ରେ ଛତିଶଗଡ଼ ପାଇଁ ପରୀକ୍ଷା ହେବ । ସିଧାସଳଖ ଟ୍ରେନ୍‌ ନଥିବାରୁ ଦୁଇ ଦିନ ଆଗରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।