ଅର୍ଣ୍ଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ଶେଷ, ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି କହିଲେ ମୃତଙ୍କ ବାପା

ପୁରୀ: ଭୁବନେଶ୍ବରରେ ଛାତରୁ ଡେଇଁ ମୃତ୍ୟୁବରଣ କରିଥିବା ଅର୍ଣ୍ଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁଅର ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି ବୋଲି ମୃତ ଅର୍ଣ୍ଣବଙ୍କ ବାପା କହିଛନ୍ତି । ପୁଅର ମୃତ୍ୟର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କିଟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଗଦୀଶ ମୁଖାର୍ଜୀ କହିଛନ୍ତି ।

ଏହା ହତ୍ୟା କି ଜୀବନ ହାରିଛନ୍ତି ତାର ପ୍ରକୃତ କାରଣ କଣ ତଦନ୍ତ ପରେ ଜଣାପଡିବ । ଏହା ସହିତ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । ପୂର୍ବରୁ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଛାତ୍ରଙ୍କ ପୋଷ୍ଟମର୍ଟମ ହୋଇଥିଲା । ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ : ପାରିବାରିକ କଳହର କରୁଣ ପରିଣତି; ଜୀବନ ହାରିଲେ ସ୍ବାମୀ, ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ