ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ୪୦ଟିକିଆ ହାତୀ ପଲ, ଜଗିବା ବାହାନାରେ ଶୋଇଯାଉଛି ବନବିଭାଗ

କୁଚିଣ୍ଡା(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ରେଞ୍ଜ ଅନ୍ତର୍ଗତ ଛେମୁଣ୍ଡା ଗ୍ରାମରେ ୪୦ଟି ହାତୀପଲ ୪ ଏକର ଧାନ ଫସଲ ଖାଇ ଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଫରେଷ୍ଟର ସୁନୀତା ନାଏକ ଏଵଂ ବନ କର୍ମଚାରୀ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବା ପରେ ବନାଞ୍ଚଳ ଅଧିକାରୀଙ୍କୁ ରିପୋର୍ଟ  କରିବାକୁ କହିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରୀରେ ନିକଟସ୍ଥ ପଥୁରିଆ ଜଙ୍ଗଲରୁ ୪୦ଟିକିଆ ହାତୀ ପଲ ଚ୍ଛେମୁଣ୍ଡା ଗ୍ରାମକୁ ଚାଲି ଆସି ସୁନୀଲ ମହାକୁଲ (୪୪)ଙ୍କ ୪ ଏକର ଚାଷ ଜମିରେ ପଶି ଧାନ ଉଜାଡି ଦେବା ସହ ମାଡ଼ି ଦଳି ଖାଇ ଯାଇଛନ୍ତି। ଏହା ପୁର୍ବରୁ ମଧ୍ଯ ହାତୀପଲ ଆସି ଧାନ ଫସଲ ଖାଇ ନଷ୍ଟ କରିଥିଲେ।

sambalpur2

ପୁଣି କିଛି ଦିନ ଅନ୍ତରରେ ହାତୀ ପଲଙ୍କ ଦୌରାତ୍ମ୍ୟ ଚାଷୀଙ୍କୁ ସର୍ବସ୍ୱାନ୍ତ କରି ଦେଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଷଣ୍ଢପଥର ଠାରେ ବନ ଜଗୁଆଳି ସ୍କ୍ୱାର୍ଡ ଦଳ ରହୁଥିବା ବେଳେ ହାତୀପଲ ଚାଷୀଙ୍କ ଜମିରେ ପଶି ଧାନ ଖାଇଯିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି। ହାତୀ ପଲ ଘଉଡ଼ିବାକୁ ଜଣେ ହେଲେ ବନ କର୍ମଚାରୀ ରହୁ ନଥିବାରୁ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି।ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.