ବେଗୁନିଆରେ ଅଟକ ଥିବା ଯୁବକ ମାଓବାଦୀ ନୁହନ୍ତି : ସୌମେନ୍ଦ୍ର ପ୍ରିୟଦର୍ଶୀ

ବେଗୁନିଆ(କେନ୍ଯୁଜ୍) : ଖୋର୍ଦ୍ଧା ବେଗୁନିଆରୁ ଅଟକ ଥିବା ଯୁବକ ମାଓବାଦୀ ନୁହନ୍ତି । ସେ ଜଣେ ଇଟା ଶ୍ରମିକ । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସ୍ପଷ୍ଟ କରିଛନ୍ତି । ତାଙ୍କ ଘର ନୂଆପଡ଼ାରେ। ଯୁବକ ଜଣକ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିରେ କାମ କରୁଥିଲେ। ତେବେ ସେ ବେଗୁନିଆ ଆସି ୨ ଜଣଙ୍କ ସହ ଲୁଚିଥିଲେ। ତାଙ୍କ ନିକଟରୁ ଜବତ ସାମଗ୍ରୀ ମାଓ ସାମଗ୍ରୀ ନୁହେଁ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। ଏନେଇ ଅଧିକ ତଦନ୍ତ ଚାଲିଛି।
ଗତକାଲି ଦେଉଳି ଗାଁରୁ ଜଣେ ସଂଦୀଗ୍ଧଙ୍କୁ ଧରିଥିଲେ ଗାଁଲୋକେ । ପୋଲିସ ପଚରାଉଚରା ପରେ ସେ ମାଓବାଦୀଙ୍କ ପାଇଁ କାମ କରୁଥିବା କହିଥିଲା । ଏହା ପରେ ଦେଉଳି ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଜଙ୍ଗଲରୁ କିଛି ସାମଗ୍ରୀ ଜବତ କରାଯାଇଥିଲା। ସର୍ଚ୍ଚ ଅପରେସନ୍ରେ ଏସ୍ପି ଓ ଦୁଇ ପ୍ଲାଟୁନ୍ ଏସ୍ଓଜି ଯବାନ ନିୟୋଜିତ ହୋଇଥିଲେ । ସେପଟେ ଯୁବକକୁ ଆଇଜି ଓ ଏସ୍ପି ପୁଣି ଥରେ ଆଜି ପଚରାଉଚରା କରିଥିଲେ। । ସେ ଦୁଇ ମାସ ହେବ ମାଓବାଦୀଙ୍କୁ ରୋଷେଇ ସାମଗ୍ରୀ ନେଇ ଦେବା ସହ ରୋଷେଇ କରୁଥିବା ପୋଲିସ ଆଗରେ କହିଛି । ଗତକାଲି ସେ ବଜାରକୁ ଆସିଥିବାବେଳେ ସନ୍ଦେହରେ ଗାଁଲୋକେ ଧରି ପୋଲିସକୁ ଖବର ଦେଇଥିଲେ ।