ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ ! ୧୨ ଲକ୍ଷ ନେଇ କରଞ୍ଜିଆ ତହସିଲଦାର ଗିରଫ

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍‌ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି ।

କରଞ୍ଜିଆ (କେନ୍ୟୁଜ): ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍‌ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି । ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ ନେଉଥିଲେ ତହସିଲଦାର। ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ ।

ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨ ଲକ୍ଷ ଲାଞ୍ଚ । ଚେକରେ ଲାଞ୍ଚ ନେବା ପ୍ରଥମ ଘଟଣା । ଗତକାଲି ଦିନ ତମାମ୍‌ ଚାଲିଥିଲା ରେଡ୍‌। ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ଚଳାଇଥିଲା ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିଲା। କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଚଢେଇ ଭୋଳରେ ରେଡ୍‌ ଚାଲିଥିଲା। ସେହିପରି ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥିତ ଘରେ ଚାଲିଥିଲା ଚଢ଼ାଉ। ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତ୍ତି ସହିତ ବ୍ୟାଙ୍କ ଆକାଉଣ୍ଟ, ଜମିବାଡ଼ି କାଗଜପତ୍ରର ଯାଞ୍ଚ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.