ଭଙ୍ଗାଯାଉଛି ଗିରଫ ଲେଡ଼ି ଡନ୍‌ର ଘର

ଭୁବନେଶ୍ୱର(କେନ୍ୟୁଜ୍): ଭଙ୍ଗାଯାଉଛି ଗିରଫ ଲେଡ଼ି ଡନ୍‌ର ଘର । ଭୁବନେଶ୍ୱର ୟୁନିଟ-୮ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ରଞ୍ଜୁ ନାୟକ ଓ ତା ସ୍ୱାମୀ କାହ୍ନା ଗିରଫ କରିଥିଲା ପୋଲିସ। ନିଶା କାରବାରକୁ ନେଇ ହୋଇଥିଲା ହତ୍ୟାକାଣ୍ଡ।

ସୂଚନା ଥାଉକି, ଲେଡି ଡନ୍‌ ରଞ୍ଜୁ ନାୟକକୁ ନିକଟରେ  ଗିରଫ କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍‌-୮ ନାରାୟଣ ବସ୍ତିରେ ବ୍ରାଉନସୁଗର ବେପାରକୁ ନେଇ ପି.ସୁବ୍ରତ ରାଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ନାୟକ ଓ ସ୍ୱାମୀ କାହ୍ନାକୁ ଗିରଫ କରାଯାଇଥିଲା। ଗଞ୍ଜାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ।

ହତ୍ଯାକାଣ୍ଡ ପରଠାରୁ ଗଞ୍ଜାମରେ ଡେରା ପକାଇଥିଲା କ୍ୟାପିଟାଲ ଥାନା ପୋଲିସ। ଗତ ୯ ତାରିଖ ରାତିରେ ଲେଡି ଡନ ରଞ୍ଜୁ ନାୟକ ଓ ତା ସ୍ୱାମୀ ଏବଂ କିଛି ସହଯୋଗୀ ୩ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ପି. ସୁବ୍ରତ ରାଓଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଭୁବନେଶ୍ୱରର ୟୁନିଟ୍-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଯାହା ଜଣାପଡିଥିଲା, ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁବ୍ରତ ସମ୍ପୃକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଲେଡି ଡନ୍, ତାଙ୍କ ସ୍ୱାମୀ ଓ କିଛି ସହଯୋଗୀ ଆକ୍ରମଣ କରିଥିଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.