ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା: ଗଭୀର ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ମୁଖ୍ୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି।

ସୂଚନା ଅନୁସାରେ ଗତକାଲି ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅବସରରେ ଘଟିଥିବା ଏହି ଅଘଟଣରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ୨୮ ଜଣଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା l ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ଠୁଳ କରାଯାଇଥିବା ବାଣ ବସ୍ତାରେ ପଡ଼ିବାରୁ ଅଚାନକ ବିସ୍ପୋରଣ ହୋଇଥିଲା l ବିସ୍ପୋରଣର ମାତ୍ର ଏଭଳି ଥିଲା ଯେ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଏହା ପଡ଼ି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା l ଆହତମାନେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୁରୀ ଡାକ୍ତରଖାନରେ ପହଞ୍ଚି ଥିଲେ l ତେବେ ଅଧିକାଂଶ ଗୁରୁତର ଥିବାରୁ ସେମାନଂକୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ କଟକଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l SCBରେ ୮ ଜଣ ଚିକିତ୍ସିତ ହେଉଛନ୍ତି।

You might also like