ରିଲିଜ୍‍ ହେଲା ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ

ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରିଲିଜ୍‍ ହୋଇଛି ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ ।ମେ ୧୭ ତାରିଖରେ ଆର୍ଟ ଅଫ୍‍ ଗିଭିଂ ପାଳନ ହେବାକୁ ଯାଉଥିବା ବେଳେ ଆଜି ଏହାର ଥିମ୍‍ ସଙ୍ଗକୁ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରିଲିଜ୍‍ ହୋଇଛି । ମେ ୧୭ ତାରିଖରେ ଆର୍ଟ ଅଫ୍‍ ଗିଭିଂ ପାଳନ ହେବାକୁ ଯାଉଥିବା ବେଳେ ଆଜି ଏହାର ଥିମ୍‍ ସଙ୍ଗକୁ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି ।
ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା ସହ ଆନନ୍ଦ ଭରିଦେବା ଉଦ୍ଦେଶ୍ୟରେ ୨୦୧୩ ମେ ୧୭ତାରିଖରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜୀବନ ଦର୍ଶନ ଆର୍ଟ ଅଫ୍‍ ଗିଭିଂ ୧୦ବର୍ଷ ପୂରଣ କରୁଛି । ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଙ୍ଗ ଦି ହେଲ୍‍ପ ବା ସାହାଯ୍ୟକାରୀକୁ ସାହାଯ୍ୟ । ଆମମାନଙ୍କୁ ଯେଉଁମାନେ ବିଭିନ୍ନ ଭାବରେ ବର୍ଷ ବର୍ଷ ଧରି ସାହାଯ୍ୟ କରିଆସୁଛନ୍ତି ସେମାନଙ୍କୁ ଆମେ ସାହାଯ୍ୟର ହାତ ବଢ଼ାଇ ଚଳିତବର୍ଷ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳନ କରିବା ବୋଲି ଶ୍ରୀ ସାମନ୍ତ କହିଥିଲେ ।

ଏହି ଅବସରରେ ଆର୍ଟ ଅଫ୍‍ ଗିଭିଂ ବିଷୟବସ୍ତୁର ବାର୍ତ୍ତାକୁ ମେ ୧୭ ପୂର୍ବରୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.