ସାରା ଦେଶ ଦେଖିବ ଓଡ଼ିଆ କାରିଗରଙ୍କ କୀର୍ତି, ସେନା ଏକାଡେମୀକୁ ଯିବ ବିରତ୍ୱ ପଦର୍ଶିତ ମୂର୍ତ୍ତି

ଆଳି(କେନ୍ଯୁଜ୍): ଭାରତୀୟ ସେନା ଏକାଡେଡେମୀରେ ସ୍ଥାନ ପାଇବ ଓଡ଼ିଆ ଶିଳ୍ପୀଙ୍କ କଳାକୃତି। ଡେରାଡୁନର ସେନା ଏକାଡେମୀ ପକ୍ଷରୁ ଭାରତୀୟ ସେନାର ବିରତ୍ୱ ପଦର୍ଶିତ କରୁଥିବା ମୂର୍ତ୍ତି ନିର୍ମାଣ ପାଇଁ ଆଦେଶ ଆସିବା ପରେ ଏବେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି। ଆଉ ମୂର୍ତ୍ତି ନିର୍ମାଣ କାମରେ ମୁଖ୍ୟ ପୁରୋଧା ସାଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର ଯୁବ କାରିଗର ତ୍ରିଲୋଚନ ବେହେର।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁରେ ଏବେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଯୁବକାରୀଗର ତ୍ରିଲୋଚନ ଓ ସହଯୋଗୀ କାରିଗର ଏକାଠି ହୋଇ ଲାଗିଛନ୍ତି ଭାରତୀୟ ସେନାର ବିରତ୍ୱ ପଦର୍ଶିତ କରୁଥିବା ମୂର୍ତ୍ତି ନିର୍ମାଣ କାମରେ। ପ୍ରଥମେ ମାଟି ତା ପରେ ପ୍ଲାଷ୍ଟର ଅଫ ପ୍ୟାରିସର ମଣ୍ଡ ଓ ଫାଇବାରର ଆସ୍ତରଣ ହେଇ ତିଆରି ହୋଇଛି ଏହି ମୂର୍ତ୍ତି। ଏବେ ଚାଲିଛି ମସୃଣ କରାଯିବାର କାମ ତା ପରେ ରଙ୍ଗ କରାଯିବ।ଆଉ ଏସବୁ ମୂର୍ତ୍ତି ଡେରାଡୁନ ଓ ପରେ  ମସୁର ଠାରେ ଥିବା ସେନା ଏକାଡେମୀକୁ ଯିବ। ଆଉ ଦେଶ ଦେଖିବ ଓଡ଼ିଆ କାରିଗରଙ୍କ କୀର୍ତି। ତେଣୁ ଶିଳ୍ପୀ ମାନେ ଏଭଳି କଳାକୀର୍ତି ଜରିଆରେ ରାଜ୍ୟ ପାଇଁ ଗୌରବ ଆଣିବା ଦିଗରେ ନିଜର ନୌଗନ୍ୟତାକୁ ଦେଉଛନ୍ତି ପ୍ରାଥମିକତା। ପ୍ରଥମ ଥର ପାଇଁ ଭାରତୀୟ ସେନାର ବାହାଦୂର ମାନଙ୍କୁ ମୂର୍ତ୍ତି ମଧ୍ୟରେ ପରିପ୍ରକାଶ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଯୁବ କାରିଗର ତ୍ରିଲୋଚନ।

ତ୍ରିଲୋଚନ ଦୀର୍ଘ ୧୫ବର୍ଷ ହେବ ପେଶାଦାର କାରିଗର ଭାବେ ମୂର୍ତ୍ତି ନିର୍ମାଣ କାର୍ଯ୍ୟକରି ଆସୁଛନ୍ତି। ତାଙ୍କର ନିଖୁଣ କାରିଗର ପାଇଁ ରାଜ୍ୟ ବାହାରୁ ମୂର୍ତ୍ତି ନିର୍ମାଣ ପାଇଁ ବହୁ ଆଦେଶ ଆସୁଛି। ଆଉ ତ୍ରିଲୋଚନଙ୍କ ଏଭଳି କାରୁକାର୍ଯ୍ୟ ପାଇଁ ପରିବାରଲୋକେ ଓ ଗ୍ରାମବାସୀ ମାନେ ବେଶ ଗର୍ବ ଅନୁଭବ କରନ୍ତି।

Leave A Reply

Your email address will not be published.