ଅନୈତିକ ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳାଶିକ୍ଷକ

କାମାକ୍ଷାନଗର: ପ୍ରଧାନ ଶିକ୍ଷୟିତ୍ରୀଙ୍କ ହତ୍ୟା ମାମଲା । ଜଣାପଡ଼ିଲା କାହିଁକି ରାତି ଅଧରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ମାରି ଟାଙ୍ଗି ଦେଇଥିଲେ ହତ୍ୟାକାରୀ । ସକାଳୁ ସକାଳୁ ସ୍କୁଲ୍ ଯିବା ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଖୋଜିଥିଲେ ଡ୍ରାଇଭର । କିନ୍ତୁ ମୃତ ଅବସ୍ଥାରେ ତାଙ୍କୁ ଷ୍ଟୋର୍ ରୁମ୍ ରୁ ପାଇଥିଲେ ପରିବାର ଲୋକେ । କିଏ ହତ୍ୟା କରିଥିବା ଡ଼େି ଥାନାରେ ଅଭିଯୋଗ କରିଥିଲେ ଶଶୂର । ପୋଲିସ ଏହି ଘଟଣାର ପର୍ଦ୍ଦାଫାସ୍ କରିଛି ।
ଅନୈତିକ ସମ୍ପର୍କକୁ ନେଇ ପ୍ରଧାନଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିଲା କଳାଶିକ୍ଷକ । ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ପ୍ରଧାନଶିକ୍ଷୟତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ଘଟଣାରେ ୨୪ ଘଣ୍ଟା ଭିତରେ ଘଟଣାରୁ ପରଦା ଉଠାଇଲା ପୋଲିସ l ଅନୈତିକ ସମ୍ପର୍କକୁ ନେଇ ପ୍ରଧାନଶିକ୍ଷୟତ୍ରୀଙ୍କୁ ହତ୍ୟା କରାଯାଇଛି । ପ୍ରଧାନଶିକ୍ଷୟତ୍ରୀ ଜଣକ ଚାକିରି କରୁଥିବା ତୁମୁସିଙ୍ଗା ସ୍ଥିତ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ସୋମନାଥ ବିଶ୍ୱାଳ ଏହି ହତ୍ୟା କରିଛନ୍ତି l ଏହି ଘଟଣାରେ ସୋମନାଥକୁ ଗିରଫ କରିବା ସହ ଘଟଣା ସ୍ଥଳକୁ ଆଣି କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ l
ଗତ ୨୦ ତାରିଖ ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ଗୁନେଇବିଲି ସ୍ଥିତ ନିଜ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ସନ୍ଦେହଜନକ ଅବସ୍ଥା ରେ ଉଦ୍ଧାର ହୋଇଥିଲା l ଏ ସମ୍ପର୍କ ରେ ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ ଆରମ୍ଭ କରିଥିଲା l ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ଏହା ଏକ ହତ୍ୟା ଘଟଣା ହୋଇଥିବା ନେଇ ଜାଣିପାରିଥିଲା l ଏବଂ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା l ପରେ ସବୁ ସତ ସାମ୍ନାକୁ ଆସିଥିଲା । ପ୍ରଧାନଶିକ୍ଷୟତ୍ରୀ ଏବଂ କଳା ଶିକ୍ଷକ ସୋମନାଥଙ୍କର ୨୦୨୩ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ଶେଷରେ ଏହି ସମ୍ପର୍କର ପୂର୍ଣ୍ଣଛେଦ ପଡିଛି l
ଏବେନି ପ୍ରଧାନଶିକ୍ଷୟତ୍ରୀଙ୍କ ପରିବାର ଲୋକ ଅନୈତିକ ସମ୍ପର୍କକୁ ନେଇ କିଛି କହିନଥିବା ବେଳେ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଥିବା କହିଛନ୍ତି l ତେବେ ସମ୍ପୃକ୍ତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାପାଇଁ ପରିବାର ଲୋକ ଦାବି କରିଛନ୍ତି l