ବାଲୁକା କଳା ମାଧ୍ୟମରେ ଶିବଙ୍କର ଏକ ରଙ୍ଗୀନ୍‌ କଳାକୃତି ନିର୍ମାଣ କରି ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରିରେ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ। କୈଳାସ ପର୍ବତରେ ଧ୍ୟାନମଗ୍ନ ଶିବଙ୍କର ଏକ ରଙ୍ଗୀନ୍‌ କଳାକୃତି ନିର୍ମାଣ କରିଛନ୍ତି ମାନସ ସାହୁ।

ଏଥିରେ ମହାଶିବରାତ୍ରୀ ଶୁଭେଛା ଲେଖାଯିବା ସହ ହେ ପ୍ରଭୁ ଆମକୁ ଏହି ମହାମାରୀ କରୋନାରୁ ରକ୍ଷା କରିବା ପାଇଁ ଗୁହାରୀ କରାଯାଇଛି। ପ୍ରାୟ ୧୫ଫୁଟ ଓସାରର ଏହି ବାଲୁକାକଳାରେ ପ୍ରାୟ ୧୫ଟନ୍‌ ବାଲି ବ୍ୟବହାର କରାଯାଇଛି। ଏହାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମୁଛି।