ଚିତ୍ର ମାଧ୍ୟମରେ ଚିତ୍ରକାରମାନେ ଗଜାନନଙ୍କୁ ସ୍ଵାଗତ କରିଛନ୍ତି

ପାଖେଇ ଆସିଲାଣି ମହାବିନାୟକ ଗଜନନଙ୍କ ପୂଜା । ଏଥି ପାଇଁ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ସବୁଠି ଉତ୍ସବ ମୁଖର ପରବେଶ । ଏହି ଅବସରରେ ବେଙ୍ଗଲୁରୁରେ ଏକ ନିଆରା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଗଜାନନଙ୍କୁ ଚିତ୍ର ମାଧ୍ୟମରେ ଚିତ୍ରକାର ମାନେ ସ୍ଵାଗତ କରିଛନ୍ତି । ଦେଶର ପ୍ରମୁଖ ରାଜ୍ୟର ନାମୀ ଦାମୀ ଚିତ୍ରକାର ମାନେ ଗଜାନନଙ୍କୁ ସ୍ଵାଗତ କରିଛନ୍ତି ।ଅାସନ୍ତା ୭ରେ ଗଣେଶ ପୂଜା ଥିବାରୁ ଗତ ଅଗଷ୍ଟ ୩୧ ରୁ ଆରମ୍ଭ ହୋଇଛି ଏହି ଚିତ୍ର ପ୍ରଦର୍ଶନୀ ମେଳା ।
ବେଙ୍ଗାଲୁରୁ ସ୍ଥିତ ବାସବାନ ଗୁଡ଼ି ଠାରେ ଥିବା ଇଣ୍ଡିଆନ institute of wolrd କଲଚର୍ ରେ ଲାବନ୍ୟା ଆନ୍ତର୍ଜାତିକ ଆର୍ଟ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଗଜନାନଙ୍କ ଉପରେ ଏକଦନ୍ତ ଚିତ୍ର ପ୍ରଦର୍ଶନୀ ମେଳା । ଯାହାର ଉଦଘାଟନ କରିଛନ୍ତି IIWC ର ସଭାପତି ଡ ଟିଏସ ସତ୍ୟବତି ଓ କିଶୋର ଜୋସେଫ ।
ଲାବନ୍ୟା ଆନ୍ତର୍ଜାତିକ ଆର୍ଟ ଫାଉଣ୍ଡେସନ ପକ୍ଷରୁ ଏହା ଦ୍ଵିତୀୟ ଥର ପାଇଁ ଅନୁଷ୍ଠିତ ହୋଇଛି । ଆଗକୁ ଗଣେଶ ପୂଜା ଆସୁଥିବାରୁ ଚଳିତ ଥର ଗଜାନନଙ୍କ ଉପରେ ଚିତ୍ର ପ୍ରଦର୍ଶିତ ହୋଇଛି । ବିଭିନ୍ନ ରାଜ୍ୟ ଯଥା କର୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର,ତେଲେଙ୍ଗାନା , ତାମିଲନାଡ଼ୁ, କେରଳ ସମେତ ଅନେକ ରାଜ୍ୟରୁ ମୋଟ୍ ୪୫ ଜଣ ଚିତ୍ର କାର ମାନେ ସେମନେ ଗଜନାନକ ଉପରେ ସେମାନଙ୍କ ଚିତ୍ର ପ୍ରଦର୍ଶିତ କରିଛନ୍ତି । ଏହି ପ୍ରଦର୍ଶନୀରେ ସବୁଠି ବଡ କଥା ୩୫ ଜଣ ମହିଳା ଚିତ୍ରକାର ସାମିଲ୍ ଅଛନ୍ତି । ତେବେ ଗାଜନନ ଙ୍କ ଉପରେ ବିଭିନ୍ନ ଚିତ୍ର ପ୍ରଦର୍ଶିତ ହୋଇଛି । ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।