ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଅରୁନ୍ଧତୀର ଗପ ଚିତ୍ର ନାଟକ ଲୋକାର୍ପିତ,କିଛି କଳାକାରଙ୍କୁ କରାଗଲା ସମ୍ବର୍ଦ୍ଧିତ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଅରୁନ୍ଧତୀର ଗପ ଚିତ୍ର ନାଟକ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ ସଫଳ ଚଳଚ୍ଚିତ୍ର ଗୁଡ଼ିକର ଚିତ୍ରନାଟ୍ୟ ପୁସ୍ତକର ଆବଶ୍ୟକତା ଓଡ଼ିଆ ସାହିତ୍ୟରେ ରହିଥିବା ମତ ରଖିଛନ୍ତି ଅତିଥିବୃନ୍ଦ। ଆଗାମୀ ପିଢ଼ିର ଚଳଚ୍ଚିତ୍ର ଲେଖକମାନଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ୨୦୨୧ରେ ମୁକ୍ତିଲାଭ କରିଥିବା ସଫଳ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଚିତ୍ରନାଟକ ‘ଅରୁନ୍ଧତୀର ଗପ’କୁ ଡ. ରଜନୀ ରଞ୍ଜନଙ୍କ ରଚନା କରିଛନ୍ତି।

ପକ୍ଷୀଘର ପ୍ରକାଶନୀ ପ୍ରକାଶ ପାଇଛି ଏହି ପୁସ୍ତକ। ଲୋକାର୍ପଣ ଉତ୍ସବରେ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ଡ. ସବ୍ୟସାଚୀ ମହାପାତ୍ର, କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଓଡ଼ିଆ ସିନେକ୍ରିଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଦିଲ୍ଲୀପ ହାଲି, ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ ଓ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ‘ଅରୁନ୍ଧତୀ’ ଚଳଚ୍ଚିତ୍ରର କିଛି କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଶ୍ଵିନୀ ତ୍ରିପାଠୀ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ଡିୟର ଲଭ୍‌ର ଘୋଷଣା କରାଯାଇଥିଲା। ଉତ୍ସବଟିକୁ ପରିଚାଳନା କରିଥିଲେ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.